ନ୍ୟୁଜ୍

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ratha yatra

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଜଗନ୍ନାଥ ଆଜି ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କୁ ନେଇ ରଥ ବିଜେ କାରିବେ । ଲକ୍ଷ ଲକ୍ଷ ଭକ୍ତ ଅନାଇ ବସିଛନ୍ତି ଚତ୍ତୁର୍ଦ୍ଧାମୂର୍ତ୍ତିଙ୍କୁ ଦୁରଦର୍ଶନ ମାଧ୍ୟମରେ ଦର୍ଶନ କରିବା ଲାଗି । ଚଳିତ ଥର ଅନେକ ବାଧାବିଘ୍ନ ପରେ ଶେଷରେ ଆଜି ରଥଯାତ୍ରା ହେବ । ବିନା ଭକ୍ତରେ ହେବ ରଥଯାତ୍ରା । ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ସୁସଜ୍ଜିତ ହୋଇ ସିଂହଦ୍ୱାରରେ ଅପେକ୍ଷା କରିଛି ଶ୍ରୀଜିଉଙ୍କୁ । ଦାରୁବ୍ରହ୍ମଙ୍କୁ ନେଇ ଯାତରାରେ ଯିବା ପାଇଁ ରଥ-ପଥ ସବୁକିଛି ପ୍ରସ୍ତୁତ ହୋଇଛି । ସାରା ପୁରୀ ସହର ପୋଲିସ ଛାଉଣୀରେ ପରିଣତ ହୋଇଛି । ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନ ଛାଡି ଜନ୍ମବେଦୀକୁ ବୁଲିବାକୁ ଯିବେ ।

ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଏହି ପବିତ୍ର ଗୁଣ୍ଡିଚା ଯାତ୍ରା ପଡିଥାଏ । ଭକ୍ତ ଓ ଭଗବାନଙ୍କ ଏଭଳି ଦୁର୍ଲଭ ମିଳନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ।

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ, ପଥ ଓ ଭକ୍ତ ପ୍ରସ୍ତୁତ ହୋଇ ରହିଛନ୍ତି । ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର‌୍ୟ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯାଇଛି । ମୁଦିରସ୍ତ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ । ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହେବ ଚତୁର୍ଧାବିଗ୍ରହଙ୍କ ପହଣ୍ଡି ।

ଶ୍ରୀମନ୍ଦିର ପ୍ରଶାସନ ଧାର‌୍ୟ୍ୟ କରିଥିବା ସମୟ ଅନୁଯାୟୀ, ସକାଳ ୬ଟାରେ ମଙ୍ଗଳଆଳତି, ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପଲାଗି ଓ ରୋଷହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର‌୍ୟ୍ୟପୂଜା, ୭ଟା ୩୦ରେ ବେଶ ଶେଷ ଓ ଦ୍ଵାରପାଳ ପୂଜା ହୋଇଛି । ସକାଳ ୮ଟାରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ୯ଟାରେ ରଥ ପ୍ରତିଷ୍ଠା ହେବ । ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା୩୦ରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୧୨ଟା ୩୦ରେ ପହଣ୍ଡି ଶେଷ ହେବା ପରେ ତୁରନ୍ତ ମଦନମୋହନ ବିଜେ କରିବେ । ଚିତାଲାଗି ୧ଟା ୩୦ରୁ ୨ଟା ମଧ୍ୟରେ ଶେଷ ହେବ । ୨ଟାରୁ ୩ଟା ମଧ୍ୟରେ ଛେରାପହଁରା, ଚାରମାଳ ଫିଟା, ସାରଥୀ ଲାଗି ଓ ଘୋଡ଼ା ଲାଗି ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top