ନ୍ୟୁଜ୍

ଅଷ୍ଟ୍ରେଲିଆରେ ଫିଲ୍ମ ସୁଟିଂ ପଡ଼ିଲା ମହଙ୍ଗା, ହଲିଉଡ୍‌ ଷ୍ଟାର ଟମ୍‌ ଓ ତାଙ୍କ ପତ୍ନୀଙ୍କୁ କୋରୋନା 

ଅର୍ଗସ ବ୍ୟୁରୋ: ହଲିଉଡ ଅଭିନେତା ଏବଂ ଅଭିନେତ୍ରୀ କୋରୋନା ଆକ୍ରାନ୍ତ ଥିବା ଖବର ଏବେ ଚହଳ ପକାଇଛି । ହଲିଉଡ୍‌ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ଟମ୍‌ ହଂକସ୍‌ ଏବଂ ତାଙ୍କ ପତ୍ନୀ ୱିଲସନଙ୍କୁ କୋରୋନା ପଜିଟଭ୍‌ ଥିବା ଜଣାପଡ଼ିଛି ।

ଏନେଇ ନିଜେ ଅଭିନେତା ଟମ୍‌ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେମାନଙ୍କୁ ଏବେ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି । ଏହି ଆମେରିକୀୟ ଦମ୍ପତି ଅଷ୍ଟ୍ରେଲିଆ ଯାଇଥିଲେ । ସେଠାରେ ଟମ୍‌ ଏକ ଫିଲ୍ମର ସୁଟିଂ ମଧ୍ୟ କରୁଥିଲେ ।

ତେବେ ସୁଟିଂ ସାରି ଫେରିବା ପରେ ତାଙ୍କ ଶରୀର ଅସୁସ୍ଥ ଥିବା କଥା ସେ ଜାଣିବାକୁ ପାଇଥିଲେ । ତେବେ ଏନେଇ ସେମାନେ ଟେଷ୍ଟ କରାଇବାରୁ କୋରୋନା ପଜିଟିଭ୍‌ ଥିବା ଜାଣିବାକୁ ପାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top