ନ୍ୟୁଜ୍

ଆସନ୍ତାକାଲି ସାବିତ୍ରୀ ବ୍ରତ, ବଜାରରେ ଲୋକଙ୍କ ଭିଡ

savitri

ସମ୍ୱଲପୁର:  ଆସନ୍ତାକାଲି ହେଉଛି ସାବିତ୍ରୀ ବ୍ରତ । ପଶ୍ଚିମ ଓଡ଼ିଶାର ମହିଳାଙ୍କ ବଡ ପର୍ବ ସାବିତ୍ରୀ ବ୍ରତ ପାଳନ ପାଇଁ ଆଜି ଫଳ ବଜାର ଭିଡ ପରିଲକ୍ଷିତ ହେଉଛି । କୁଚିଣ୍ଡା ଅଞ୍ଚଳରେ ସାବିତ୍ରୀ ବ୍ରତ ପାଇଁ ମହିଳାମାନେ ସ୍ବାମୀ ମାନଙ୍କର ଦିର୍ଘ୍ୟାୟୁ କାମନା କରି ଏହି ପୂଜା କରିଥାନ୍ତି । ସାବିତ୍ରୀ ଯମରାଜଙ୍କ ଠାରୁ ସତ୍ୟବାନଙ୍କ ଜୀବନ ରକ୍ଷା କରି ଫେରାଇ ଆଣିୟଥିଲେ । ଏହି କଥାକୁ ନେଇ ମହିଳାମାନେ ୨୧ ପ୍ରକାର ଫଳ, ଶାଢୀ, ଚୁଡି, ସିନ୍ଦୂର, ଅଳତା ଆଦି ବଜାରରୁ କିଣି ଆଣି ସବୁ ମହିଳା ଏକତ୍ରିତ ହୋଇ ସାବିତ୍ରୀ ସତ୍ୟବାନଙ୍କ ପୂଜା କରିଥାନ୍ତି ।

ଆଜି ବଜାରରେ ବିଭିନ୍ନ ପ୍ରକାରର ଫଳ ସହିତ ଶାଢୀ ଦୋକାନମାନଙ୍କରେ ବ୍ରତଧାରି ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିବାର ଦେଖିବାକୁ ମିଳିଛି । କରୋନା ଯୋଗୁଁ ସରକାର ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବା ବେଳେ ଏଠାରେ ସାମାଜିକ ଦୂରତ୍ବକୁ ଦୋକାନୀ ଓ ଲୋକେ କେହି ମାନିବାକୁ ପ୍ରସ୍ତୁତ ନଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top