ଖେଳ

୨ ମାସର ବିରତି ପରେ ଟ୍ରେନିଂ ଆରମ୍ଭ କଲା ଅଷ୍ଟ୍ରେଲିଆ କ୍ରିକେଟ ଟିମ୍, ଖୁସି ଜାହିର କଲେ ସ୍ମିଥ୍‌

 ମେଲବୋର୍ଣ୍ଣ: ଦୀର୍ଘ 2 ମାସର ବିରତି ପରେ ଟ୍ରେନିଂକୁ ଫେରିଲେ ଅଷ୍ଟ୍ରେଲିଆ କ୍ରିକେଟରମାନେ । ଦଳର ଶୀର୍ଷ ଖେଳାଳିମାନେ ଆଜିଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି । ସମସ୍ତ ଖେଳାଳି ଆଜିଠାରୁ ସିଡନୀରେ ଥିବା ଅଲିମ୍ପିକ୍ ପାର୍କ ଷ୍ଟାଡିୟମରେ ପ୍ରଶିକ୍ଷଣ ନେବେ । ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣରଙ୍କ ସମେତ ପ୍ରାୟ ସମସ୍ତ ବଡ ଖେଳାଳି ଏହି ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି । ଅଷ୍ଟ୍ରେଲିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ କହିଛନ୍ତି ଯେ 2 ମାସର ବିରତି ପରେ ସେ ବର୍ତ୍ତମାନ ବହୁତ ଭଲ ସ୍ଥିତିରେ ଅଛନ୍ତି ।

ଗତ ସପ୍ତାହରେ ଜିମ୍ବାୱେ, ଆଫଗାନିସ୍ତାନ ଏବଂ ଭାରତ ବିପକ୍ଷରେ କ୍ରିକେଟ୍ ଅଷ୍ଟ୍ରେଲିଆ ତାଲିକା ଘୋଷଣା କରିଛି । ଏହାପୂର୍ବରୁ ଇଂଲଣ୍ଡ ଖେଳାଳି ବାୟୋ ସିକ୍ୟୁରି ଷ୍ଟାଡିୟମରେ ମଧ୍ୟ ଅଭ୍ୟାସ ଆରମ୍ଭ କରିଥିଲେ । ଆଜିଠାରୁ ଶ୍ରୀଲଙ୍କା ଦଳ ମଧ୍ୟ ଅଭ୍ୟାସ କରିବାକୁ ପଡ଼ିଆକୁ ଯାଇଛନ୍ତି । ଅଷ୍ଟ୍ରେଲିଆରେ କରୋନା ଜୀବାଣୁ ନିୟନ୍ତ୍ରଣରେ ଅଛି ।

ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଅଭ୍ୟାସ ଶୀଘ୍ର ଆରମ୍ଭ କରିପାରିବେ ବୋଲି ଆଶା କରାଯାଉଥିଲା ଏବଂ ଆଜିଠାରୁ ଏହା ଆରମ୍ଭ ହୋଇଯାଇଛି । ଯଦିଓ ଅଷ୍ଟ୍ରେଲିଆର କ୍ରିକେଟରମାନେ ଅଭ୍ୟାସ କରୁଛନ୍ତି, କିନ୍ତୁ ଅଷ୍ଟ୍ରେଲିଆରେ ଟି -20 ବିଶ୍ୱକପ ଆୟୋଜନ କରିବାର ଆଶା ପ୍ରାୟ କ୍ଷିଣ । ବର୍ତ୍ତମାନ ଜୁନ୍ 10 ରେ ଆଇସିସିର ପରବର୍ତ୍ତୀ ବୈଠକରେ ଯାହା ଘଟିବ ତାହା ଉପରେ ସମସ୍ତଙ୍କ ନଜର । ତେବେ ସମସ୍ତ ଦଳର ଖେଳାଳିମାନେ ବର୍ତ୍ତମାନ ଧିରେଧିରେ ପଡ଼ିଆକୁ ଫେରୁଛନ୍ତି, ଏଭଳି ପରିସ୍ଥିତିରେ ଭାରତୀୟ କ୍ରିକେଟରମାନେ କେବେ ଅଭ୍ୟାସକୁ ଫେରିବେ ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top