ଭୁବନେଶ୍ୱର: ରାଜ୍ୟରେ ନୂଆ ମୋଟର ଯାନ ନିୟମ ଲାଗୁ ପରେ ଧରପଗଡ଼ ଚାଲିଛି । ବିଶେଷ କରି ଟ୍ୱିନ୍ ସିଟିରେ ନିୟମ କଡ଼ାକଡ଼ି କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ କର୍ମଚାରୀଙ୍କ ଠୁ ଟ୍ରାଫିକ୍ କର୍ମଚାରୀ ସମସ୍ତେ ଅତ୍ୟନ୍ତ ଆନ୍ତରିକତା ସହ କାର୍ଯ୍ୟ କରୁଛନ୍ତି । ତେଣୁ ହେଲମେଟ ବ୍ୟବହାର ବଢ଼ିବା ସଙ୍ଗେସଙ୍ଗେ ଦୁର୍ଘଟଣା ମଧ୍ୟ କମିଥିବା ଦେଖିବାକୁ ମିଳିଛି ।
ସେପଟେ କଟକର ଜଣେ ଟ୍ରାଫିକ କନଷ୍ଟେବଳଙ୍କୁ ତାଙ୍କର ସାହସିକତା ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଟ୍ରାଫିକ କନଷ୍ଟେବଲ୍ ମୋହନ ରାଉତଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ତେବେ 4 ଜଣଙ୍କୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଥିବାରୁ ମୋହନଙ୍କୁ ସମ୍ମାନିତ କରାଯାଇଥିବା ସୂଚନା ମିଳିଛି ।
ଏହି ଅବସରରେ ଟ୍ରାଫିକ ଡିସିପି ସାଗରିକା ନାଥ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତିି । ସେ କହିଛନ୍ତି ଏବେ ଅଧିକାଂଶ ଲୋକ ହେଲମେଟ ବ୍ୟବାହାର କଲେଣି । 200 ଜାଗାରେ ରଙ୍ଗ ସାଇଟ ଜାଗା ଚିହ୍ନଟ ହୋଇଛି । ଯାହା ଦ୍ୱାରା ଦୁର୍ଘଟଣା ଘଟୁଛି । କମିଶନେରଟେ ପୋଲିସ ଅଫିସ୍ରେ ପ୍ରତିଦିନ 15 ରୁ 17 ଜଣ ଇ ଚାଲାଣ କାଟୁଛନ୍ତି ।
