ରାଜ୍ୟ

ଭସାଣି ପାଇଁ ଟ୍ରାଫିକ୍‌ ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା, ରେଡିଓରେ ସୂଚନା ଦେଲେ ଡିସିପି

ଭୁବନେଶ୍ୱର: ଭସାଣି ଉତ୍ସବକୁ ସୁରୁଖୁରରେ କରିବା ପାଇଁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜମହଲ ଆଡ଼କୁ ରାତି 1ଟା ପର୍ଯ୍ୟନ୍ତ କୌଣସି ଗାଡ଼ିକୁ ଯା-ଆସ କରିବାକୁ ଦିଆଯିବନି । ବାଣୀବିହାରରୁ ଜନପଥ ପର୍ଯ୍ୟନ୍ତ ଏହି ନିୟମ ମଧ୍ୟ ଲାଗୁ ହେବ ।

ଦ୍ୱିତୀୟରେ ନୟାପଲ୍ଲୀ ପାଖରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସିଆରପି ଛକରେ ଡାଇଭର୍ସନ ରଖାଯିବ  । ସିଆରପି ଛକରୁ ଏକାମ୍ର ପାର୍କ ଏବଂ ବିଜୁପଟ୍ଟନାୟକ କଲେଜ ଦେଇ  ଜୟଦେବ ବିହାର ପର୍ଯ୍ୟନ୍ତ ଗାଡ଼ି ଯା, ଆସ କରିବେ । ତୃତୀୟରେ ନାଲକୋ ଛକରେ ମଧ୍ୟ ନଜର ରହିବ ।

କିଟ୍‌ରୁ ଜୟଦେବ ବିହାର ଆସୁଥିବା ଗାଡ଼ିଗୁଡ଼ିକର ରୁଟ ବଦଳାଯାଇଛି । ପରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ଗାଡ଼ିଗୁଡ଼ିକୁ ଫାୟାରଷ୍ଟେସନ ଓଭରବ୍ରିଜ୍‌ ଦେଇ ଆସିବା ପାଇଁ କୁହାଯାଇଛି । ତେବେ ଯେଉଁମାନେ ରେଲୱେ ଷ୍ଟେସନ ଏବଂ ଏୟାରପୋର୍ଟ ଯିବାକୁ ଚାହୁଁଛନ୍ତି ସେମାନେ ଯତ୍ନଶୀଳ ହେବାକୁ ଅନୁରୋଧ କରିଛନ୍ତି ଟ୍ରାଫିକ୍‌ ଡିସିପି  ସାଗରିକା ନାଥ । ତେବେ ଏନେଇ ଟ୍ରାଫିକ ଡିସିପି ଏଫଏମ୍‌ ରେଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top