ରାଜ୍ୟ

ଡରାଉଛି ଡେଡ୍‌ଲାଇନ୍‌ ! ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ଟ୍ରାଫିକ୍‌ ନିୟମ

TRAFFIC

ଭୁବନେଶ୍ୱର: ସରି ସରି ଯାଉଛି ଡେଡ୍‌ଲାଇନ୍  । ହାତରେ ଆଉ ମାତ୍ର ଦିନ କେଇଟା  । ସେଥି ପାଇଁ ପୁଣି ଥରେ ଆରଟିଓ ସମ୍ମୁଖରେ ଦେଖିବାକୁ ମିଳିଛି  ଲୋକଙ୍କ ଲମ୍ବା ଲାଇନ୍  । ମୋଟା ଅଙ୍କର ତଣ୍ଡ ଗଣିବା ଭୟରେ ଲୋକଙ୍କ ଭିତରେ ଏବେ କୋକୁଆ ଭୟ  । 3 ମାସର କୋହଳ ପରେ ପୁଣି ଥରେ ଡିସେମ୍ବର ପହିଲାରୁ ଟ୍ରାଫିକ ବ୍ୟବସ୍ଥା କଡାକଡି ହେବ । ଏହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ।

ଫଳରେ ଆରଟିଓ ଅଫିସରେ ଗାଡିର ସମସ୍ତ କାଗଜପତ୍ର କରିବା ପାଇଁ ଲୋକମାନଙ୍କର ଭିଡ ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ଲୋକମାନେ ଅନେକ ସମୟ ଅପେକ୍ଷା କରିବା ପରେ ମଧ୍ୟ ଅନଲାଇନ ଟେଷ୍ଟ ମାଧ୍ୟମରେ ସେମାନଙ୍କୁ ଫେଲ ହେବା ଯୋଗୁଁ ହଇରାଣ ହେଉଛନ୍ତି ଲୋକେ । ଡିସେମ୍ବର ପୂର୍ବରୁ ସେମାନଙ୍କୁ କାଗଜପତ୍ର ମିଳିବକି ନାହିଁ ତାକୁ ନେଇ ଚିନ୍ତାରେ ଗାଡି ଚାଳକ ।

2019 ନୂତନ ମୋଟର ଯାନ ଆଇନ  ସଂଶୋଧନ ପରେ ସେପ୍ଟମ୍ବର ପହିଲାରୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଯେଉଁମାନେ ଏହି ମୋଟର ଯାନ ଆଇନକୁ ଭଙ୍ଗ କରୁଥିଲେ ସେମାନଙ୍କୁ ଦେବାକୁ ପଡୁଥିଲା ମୋଟାଅଙ୍କର ଫାଇନ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା  । ପରେ ଏହି କଡାକଡି ବ୍ୟବସ୍ଥାକୁ 3 ମାସ ପର୍ଯ୍ୟନ୍ତ କୋହଳ କରାଯାଇଥିଲା  । ସେହି ସମୟ ସୀମା ମଧ୍ୟରେ ଗାଡିର ସମସ୍ତ କାଗଜପତ୍ର ଠିକ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଯାହାର ସମୟ ସୀମା ନଭେମ୍ବରରେ  ଶେଷ ହୋଇଛି  ।

ପ୍ରଥମେ କଡାକଡି ନିୟମ ପୁଣି ଟିକେ ରିଲାକ୍ସ କରାଗଲା ,ଏହାର ଅର୍ଥ ଥିଲା ଟ୍ରାଫିକ ନିୟମଅନୁସାରେ ଯେଉଁମାନେ ଗାଡିର କାଗଜପତ୍ର ନକରିଛନ୍ତି ସେମାନଙ୍କୁ ଦିଆଯାଇଥିଲା ସମୟ । ଏବେ  ପୁଣି ଆରଟିଓ ଅଫିସରେ  ଯେଉଁ ଭିଡ ସହ କିଛି ସମସ୍ୟା ସାମ୍ନାକୁ ଆସୁଛି ତାର ସମାଧାନ ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକତା ରହିଛି  । ନଚେତ ଜନଅସନ୍ତୋଷ ବଢିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top