X
Breaking News
ରାଜ୍ୟ

ଜାରି ହେଲା ହେଲ୍ପ ଲାଇନ୍‌ ନମ୍ବର, ଡିଏଲ୍‌ ନେଇ ଅସୁବିଧା ହେଲେ ଜଣାଇପାରିବେ ଲୋକେ

Shri G. Srinivas

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ ଆସିବା ପରେ ରାଜ୍ୟରେ ଅସନ୍ତୋଷ ବଢୁଥିବା ଦେଖିବାକୁ ମିଳିଛି । ସେହିଭଳି ରାଜମହଲରେ ଆଜି ଉତ୍ତ୍ୟକ୍ତ ଲୋକେ ପୋଲିସ ଭ୍ୟାନ, ବିଏମସି ଗାଡ଼ି ଏବଂ ମୋ ବସର କାଗଜପତ୍ର ଯାଞ୍ଚ କରିଥିଲେ । ପରେ ସେହିସବୁ ଗାଡ଼ିରେ ଆବଶ୍ୟକୀୟ କାଗଜପତ୍ର ନଥିବା ଅଭିଯୋଗ ହୋଇଥିଲା । ଏହାକୁ କେନ୍ଦ୍ର କରି ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା ।

ଅନ୍ୟପଟେ ସିପିଙ୍କ ପାଖରୁ ଆରମ୍ଭ କରି ପରିବହନ ସଚିବ ପର୍ଯ୍ୟନ୍ତ ଲୋକଙ୍କ ହିତ ପାଇଁ କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରଚେଷ୍ଟା ଜାରି କରିଛନ୍ତି । ଗୋଟିଏ ପଟେ ସିପି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବର୍ତ୍ତମାନ ସମୟରେ ଇନ୍‌ସ୍ୟୁରାନ୍ସ ଏବଂ ପଲ୍ୟୁସନ୍‌ ସାର୍ଟିଫିକେଟ ଚେକ୍‌କୁ କୋହଳ କରାଯାଇଛି ।

ସେହିଭଳି ପରିବହନ ସଚିବ ଆରଟିଓ ଅଧିକାରୀଙ୍କୁ ଲୋକଙ୍କୁ ଅଯଥା ହଇରାଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜମହଲ ଘଟଣା ପରେପରେ ପୁଣି ଲୋକଙ୍କ ସହାୟତା ପାଇଁ ଟୋଲ୍‌ ଫ୍ରି ନମ୍ବର- ୧୮୦୦-୩୪୫୧୦୭୩ ଜାରି କରିଛନ୍ତି । ମୋଟର ଯାନ ଆଇନରେ ଲୋକଙ୍କୁ ସହାୟତା ପାଇଁ ଖୋଲିଛି ହେଲ୍ପ ଡେସ୍କ । ସକାଳ ୮ରୁ ରାତି ୧୦ଟା ଯାଏଁ ଖୋଲା ରହିବ ହେଲ୍ପ ଡେସ୍କ ।

ରାଜ୍ୟର ସମସ୍ତ ଆର୍‌ଟିଓରେ ଖୋଲା ହେବ ହେଲ୍ପ ଡେସ୍କ । ଡିଏଲ୍‌ ଓ ଲାଇସେନ୍ସ ପାଇବାରେ ଅସୁବିଧା ହେଲେ ଜଣାଇପାରିବେ ଲୋକେ ।  ଡିଏଲ୍‌ ପାଇବାରେ ସୁବିଧା ପାଇଁ ଆର୍‌ଟିଓରେ ଅଧିକ ସ୍ଲଟ୍‌ ଖୋଲାଯିବ ।  ଡିଏଲ୍‌ ଟେଷ୍ଟ ପାଇଁ ଅଧିକ ଦିନ ବଢ଼ାଯିବ । ଏନେଇ ପ୍ରେସ୍‌ମିଟ୍‌ରେ ପରିବହନ ସଚିବ ଜି ଶ୍ରୀନିବାଶ  ସୂଚନା ଦେଇଛନ୍ତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top