ରାଜ୍ୟ

ଆରଟିଓ ୧ ପରିଦର୍ଶନ କଲେ ପରିବହନ ସଚିବ

Odisha

ଭୁବନେଶ୍ୱର: ଆରଟିଓ 1 ପରିଦର୍ଶନ କଲେ ପରିବହନ ସଚିବ ଜି ଶ୍ରୀନିବାସ । ସଚିବ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଆରଟିଓ ସ୍ଥିତି ନିରିକ୍ଷଣ କରଛନ୍ତି । ଆରଟିଓରେ ଦଲାଲ ଲୋକଙ୍କୁ ଲୁଟୁଛନ୍ତି କି ନାହିଁ ତାହାର ମଧ୍ୟ ଅନୁଧ୍ୟାନ ଚାଲିଛି । ଅନ୍ୟପଟେ ସଠିକ ତଦନ୍ତ କରାଯାଇ ଗାଡ଼ି ଚାଳକଙ୍କୁ ସାର୍ଟିଫିକେଟ ଦିଆଯାଉଛିକି ନାହିଁ ସେ ନେଇ ତଦନ୍ତ କରିଛନ୍ତି ସଚିବ । ଏହି ଅବସରରେ ଲୋକମାନଙ୍କ ଅସୁବିଧାର ସମାଧାନ ଖୁବଶୀଘ୍ର ହେବ । ଆରଟିଓରେ ଭିଡ଼ ଜମୁଛି । କର୍ମଚାରୀମାନେ ଅଧିକ ସମୟ କାର୍ଯ୍ୟ କରି ଲୋକଙ୍କ କାର୍ଯ୍ୟ କରୁଛନ୍ତି । ଗୁଜରାଟ ସରକାରଙ୍କ ଭଳି ଓଡ଼ିଶାରେ ଫାଇନ ଆଦାୟ କୋହଳ ଉପରେ ବିଚାର କରାଯିବ ବୋଲି ମଧ୍ୟ କହିଛନ୍ତି ପରିବହନ ସଚିବ ।

ସେପ୍ଟେମ୍ବର 1ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଧରପଗଡ଼ ଆରମ୍ଭ ହୋଇଥିଲା । ଡିଏଲ୍‌, ହେଲମେଟ ଏପରିକି ପ୍ରଦୂଷଣ ସାର୍ଟିଫିକେଟ୍‌ ମଧ୍ୟ ଯାଞ୍ଚ କଲା ଟ୍ରାଫିକ ପୋଲିସ । ଏହାର ଫାଇଦା ନେଇ ଦଲାଲମାନେ ଲୋକଙ୍କୁ ଲୁଟିବା ପାଇଁ ଜାଲ ପଲ୍ୟୁସନ୍‌ ସାର୍ଟିଫେକଟ ଦେବା ଆରମ୍ଭ କରିଦେଲେ ।

ଏନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପରିବହନ ସଚିବ ଏନେଇ ତତ୍ପରତା ପ୍ରକାଶ କରିଛନ୍ତି । ତେଣୁ ଭୁବନେଶ୍ୱରର ଆରଟିଓ 1କୁ ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜି ଶ୍ରୀନିବାସ ।

ପୂର୍ବରୁ ପରିବହନ ସଚିବ ଲୋକମାନଙ୍କୁ ଅଯଥାରେ ହଇରାଣ ନକରିବାକୁ ଆରଟିଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେପରେ ଲୋକଙ୍କ ସହାୟତା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଥିଲା । ଯାଞ୍ଚ ସମୟରେ କୌଣସି ଅସୁବିଧାରେ ସମ୍ମୁଖୀନ ହେଲେ ଲୋକମାନେ ସେହି ନମ୍ବରରେ କଲ କରି ଅଭିଯୋଗ କରିପାରିବେ ବୋଲି ପରିବହନ ସଚିବ ଜୀ ଶ୍ରୀନିବାସ ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top