ଦେଶ

କେଜରିଓ୍ୱାଲଙ୍କ ଘୋଷଣା: ବିଦ୍ୟାର୍ଥି ଓ ବୟଜ୍ୟୋଷ୍ଠଙ୍କ ଯାତ୍ରା ହୋଇପାରେ ଫ୍ରି..!

bus free

ନୂଆଦିଲ୍ଲୀ: ମହିଳାମାନଙ୍କ ପରେ ଦିଲ୍ଲୀ ସରକାର ଏବେ ବୟଯ୍ୟେଷ୍ଠ ଓ ବିଦ୍ୟାର୍ଥିଙ୍କ ବସ୍‌ରେ ଯାତ୍ରା ମଧ୍ୟ ବିନା ମୂଲ୍ୟ କରିପାରନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ କହିଛନ୍ତି ଯେ, ମହିଳାମାନଙ୍କ ବିନାମୂଲ୍ୟ ଯାତ୍ରାର ଯୋଜନାରୁ ମିଳିଥିବା ସୁଖଦ ଅନୁଭବ ପରେ  ଏବେ ବୟଯ୍ୟୋଷ୍ଠ ଓ ବିଦ୍ୟାର୍ଥିଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ ।

ମଙ୍ଗଳବାର ଦିନ ଭାଇ ଦୁଜରେ କେଜରୀଓ୍ୱାଲ ନିଜର ଏକ ଭିଡିଓ ପ୍ରେରଣ କରି କହିଥିଲେ ଯେ, ସମସ୍ତ କାମ ଏକା ସାଙ୍ଗେ ପୁରା ହୋଇପାରେନା । କିନ୍ତୁ ଦିଲ୍ଲୀ ସରକାର ଏହି ଲକ୍ଷରେ ଆଗକୁ କାମ କରିବ । ଏବେ ମହିିଳାମାନଙ୍କ ପାଇଁ ଯୋଜନା ଆରମ୍ଭ ହୋଇଛି । ଏଥିରୁ ମିଳିଥିବା ଅନୁଭବର ଆଧାରରେ ଆଗକୁ ବିଦ୍ୟାର୍ଥି ଓ ବୟଯ୍ୟୋଷ୍ଠଙ୍କ ପାଇଁ ମଧ୍ୟ ବସ୍‌ ଯାତ୍ରା ନି:ଶୁଳ୍କ କରାଯିବ ବୋଲି କେଜରିଓ୍ୱାଲ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top