ଦେଶ

୬୧୦୦୦ କିଲୋମିଟର ଯାତ୍ରା କରି ପୁଲଓ୍ୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଉମେଶ

ନୂଆଦିଲ୍ଲୀ: 40 ପୁଲଓ୍ୱାମା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ 61000 କିଲୋମିଟରର ଲମ୍ବା ଯାତ୍ରା କରିଛନ୍ତି ଉମେଶ ଗୋପିନାଥ । ଖାଲି ଶ୍ରଦ୍ଧାଞ୍ଜଳି ନୁହେଁ ଉମେଶ ସହିଦଙ୍କ ପରିବବାର ଲୋକଙ୍କୁ ସାକ୍ଷାତ କରିବା ସହ ସହିଦଙ୍କ ପୁଷ୍ପାଞ୍ଜଳି ସମାରୋହରେ ବିଶିଷ୍ଠ ଅତିଥି ଭାବେ ସାମିଲ ହୋଇଛନ୍ତି । ଆଜି ପୁଳଓ୍ୱାମା ଆକ୍ରମଣକୁ ବର୍ଷେ ପୁରିଛି । ଏନେଇ ଶ୍ରୀନଗରରେ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ସ୍ଥିତ ସ୍ମାରକରେ 40 ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମହାରାଷ୍ଟ୍ରର ଉମେଶ ଗୋପିନାଥ ଯାଧବ ପୁଷ୍ପାଞ୍ଜଳି ସମାରୋହରେ ବିଶିଷ୍ଠ ଅତିଥି ଭାବେ ଯୋଗଦେଇଛନ୍ତି ।

ପୁଲଓ୍ୱାମା ଆକ୍ରମଣରେ ସହିଦ ହୋଇଥିବା 40 ଯବାନଙ୍କ ପରିବବାରଙ୍କୁ ସାକ୍ଷାତ କରିବକୁ ଉମେଶ 61000 କିଲୋମିଟରର ଲମ୍ବା ଯାତ୍ରା କରିଛନ୍ତି । ଏଥିସହିତ ସମସ୍ତ ସହିଦ ଯବାନଙ୍କ ଘର, ସ୍ମଶାନ ଘାଟ ଓ ନିର୍ମାଣ କରାଯାଇଥିବା ସ୍ମାରକୀ ନିକଟରେ ପହଞ୍ଚି ସେହିଠାର ମାଟିକୁ ଏକତ୍ର କରି ପୁଷ୍ପାଞ୍ଜଳୀ ସମାରୋହରେ ଯୋଗ ଦେଇଥିଲେ । ଉମେଶ ଗୋପିନାଥ ଏନେଇ କହିଛନ୍ତି ଯେ, ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । ପୁଲଓ୍ୱାମା ସହିଦଙ୍କ ପରିବାରଙ୍କୁ ସାକ୍ଷାତ କରିବା ସହ ସେମାନଙ୍କର ଆଶିର୍ବାଦ ନେଇଛି । ମୁଁ  ସେହି ବୀରଙ୍କ ଘରୁ ଓ ସ୍ମଶାନରୁ ମାଟି ଏକାଠି କରି ସାଥିରେ ନେଉଛି ଯାହା ପୂଜନୀୟ ।

ଆଜିର ଦିନରେ ଅର୍ଥାତ୍‌ 14 ଫେବ୍ରୁଆରୀ 2019ରେ ଜାମ୍ମୁ କାଶ୍ମୀରର ପୁଲଓ୍ୱାମାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା, ଏହି ଆକ୍ରମଣରେ ଦେଶ ତାର 40 ବୀର ଯବାନଙ୍କୁ ହରାଇ ଥିଲା । ଏହି ଆକ୍ରମଣ ଜାମ୍ମୁ-ଶ୍ରୀନଗର ହାଇଓ୍ୱେ ଉପରେ ଯାଉଥିବା ସିଆରପିଏଫ୍‌ ଯାବାନଙ୍କ ଗାଡିକୁ ଟାର୍ଗେଟ କରି କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top