ନ୍ୟୁଜ୍

ମହାନଦୀକୁ ଡେଇଁଲେ ଟ୍ରକ ଚାଳକ, ପୋଲିସର ତଦନ୍ତ ଜାରି

Truck Driver

ଜଗତସିଂପୁର:  ମହାନଦୀକୁ ଡେଇଁଲେ  ଟ୍ରକ ଚାଳକ । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଭୂତମୁଣ୍ଡାଇଠାରେ । ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଟ୍ରକ ଚାଳକ ଡେଇଁ ପଡିଥିବା ସୂଚନା ମିଳିଛି । ସୂଚନାନୁସାରେ, ଦୀର୍ଘ ସମୟ ଧରି ପୋଲ ଉପରେ od – ୦୫ – af ୮୪୯୯ ଟ୍ରକଟି ଛିଡା ହୋଇଥିବାବେଳେ ଏହାର ଚାଳକ ନଦୀକୁ ଡେଇଁ ପଡିଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶି କେନ୍ଦ୍ରାପଡା ମାର୍ଶାଘାଇ ଦମକଳ କେନ୍ଦ୍ରକୁ ଫୋନ ଯୋଗେ ଖବର ଦେଇଥିଲେ ।

ସୂଚନା ପାଇ ମାର୍ଶାଘାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଲୋକଟିକୁ ଖୋଜା ଖୋଜି କରିଥିଲେ । ସମ୍ପୃକ୍ତ ଟ୍ରକ ଚାଳକର ଘର ଅନୁଗୁଳ ଜିଲ୍ଲା କଣିହା ବୋଲି ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲକ୍ ଥାନା ପୋଲିସ ପହଞ୍ଚିଥିଲା । କିନ୍ତୁ  ଏ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ନଥିବାବେଳେ ପୋଲିସ ତାର ତଦନ୍ତ ଜାରି ରଖିଛି । ଗାଡିର ହେଲପର ଫେରାର୍ ହୋଇ ଯାଇଥିବାବେଳେ ଚାଳକଙ୍କ ନିଖୋଜ ନେଇ ଏବେ ବି ସନ୍ଦେହ ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top