ନ୍ୟୁଜ୍

ସମ୍ବଲପୁରରେ ଟ୍ରକ୍‌ ଡ୍ରାଇଭରଙ୍କୁ ୮୬ ହଜାର ଟଙ୍କାର ତଣ୍ଡ !

Truck Driver

ସମ୍ବଲପୁର: ଦେଶରେ ସରକାର ନୂଆ ମୋଟରଯାନ ଆଇନକୁ ମଞ୍ଜୁରୀ ଦେଲାପରେ ଆକ୍ସନକୁ ଆସିଯାଇଛନ୍ତି ଟ୍ରାଫିକ୍‌ ପୋଲିସ । ଆଉ ଟ୍ରାଫିକ ପୋଲିସର ଏଭଳି କଠୋର ରୁପକୁ ସହ୍ୟ କରିପାରୁନାହାନ୍ତି ସାଧାରଣ ଜନତା । ଏହି ଜରିମାନା ଏବେ ଲୋକଙ୍କ ପାଇଁ ଜୁଲମ ପାଲଟିଯାଇଛି । ତେବେ ପୂର୍ବରୁ ଭୁବନେଶ୍ୱରରେ ଅଟୋଚାଳକଙ୍କୁ ପ୍ରାୟ 52,000 ଟଙ୍କା ଜୋରିମାନା ଲାଗିଥିବା ବେଳେ ଏବେ ସମ୍ବଲପୁରରେ ଗତ 3 ତାରିଖରେ ଜଣେ ଟ୍ରକ ଚାଳକଙ୍କ ନାଁରେ କଟିଛି ବଡ଼ ଚାଲାଣ ।

ଏହି ଚାଲାଣ ହଜାରେ କି ଦୁଇ ହଜାର ନୁହେଁ, ଏକାଥରକେ 86 ହଜାର 500 ଟଙ୍କାର ତଣ୍ଡ ଗଣିଛନ୍ତି ଟ୍ରକ୍‌ ଚାଳକ ଅଶୋକ ଯାଦବ । ୪ଟି ନିୟମ ଉଲ୍ଲଘଂନ କରିଥିବାରୁ ତାଙ୍କୁ ଏଭଳି ବଡ଼ ଧରଣର ଜୋରିମାନା ଦେବାକୁ ପଡ଼ିଛି । କେବଳ ଓଭରଲୋଡିଂ ପାଇଁ ସେ ଗଣିଛନ୍ତି ୫୬ ହଜାର ଟଙ୍କାର ତଣ୍ଡ । ତେବେ ଏହି ଜରିମାନାକୁ ଭାରତରେ ସର୍ବାଧିକ ଫାଇନ ଆଦାୟରେ ରେକର୍ଡ ବୋଲି କୁହାଯାଉଛି । ଟ୍ରକ୍‌ଟି ତାଳଚେରରୁ ଆସୁଥିବା ବେଳେ ଦେଓଗଡ଼ ଠାରେ ଧରାପଡ଼ିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top