ଦେଶ

କଶ୍ମୀର: ମୋବାଇଲ ସେବା ଆରମ୍ଭ ପରେ ପରେ ଚାଲିଲା ଗୁଳି, ଟ୍ରକ ଡ୍ରାଇଭର ମୃତ

kashmir

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସ୍ଥିତି ସୁଦ୍ଧୁରିବାରେ ଲାଗିଛି । ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ୱାର୍କ ଜରିଆରେ ପୋଷ୍ଟପେଡ ମୋବାଇଲ୍‌ ସେବା ପୁଣି ଥରେ ଆରମ୍ଭ ହୋଇଛି । ତେବେ ମୋବାଇଲ ସେବା ଆରମ୍ଭ ହେବା କ୍ଷଣି ଆତଙ୍କବାଦୀମାନେ ନିଜର ତାଣ୍ଡବ ରଚିବା ଦେଖାଇଦେଇଛନ୍ତି । ମସୋମବାର ସନ୍ଧ୍ୟରେ ଜମ୍ମୁ-କଶ୍ମୀରର ସୋପିଆନ୍‌ରେ ଆତଙ୍କବାଦୀମାନେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ମୃତ ଟ୍ରକ ଡ୍ରାଇଭରଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ସେ କୌଣସି କାମରେ ଏଠାକୁ ଆସିଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଛନ୍ତି। ପୁଲିସ୍‌ କହିବାନୁଯେୟୀ, ଡ୍ରାଇଭର ଶୈରଫ ଖାନ୍‌ ଟ୍ରକ୍ ନେଇ ଯାଉଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ଖାନ୍‌ଙ୍କୁ ଗୁଳି କରିଥିଲେ । ଏହି ଘଟଣାରେ ସାମିଲ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ନାଗରିକ ବୋଲି ଜଣାପଡ଼ିଛି । ସେହିପରି ଆଉ ଜଣେ ସ୍ଥାନୀୟ ଅଞ୍ଚଳର ମାଳିଙ୍କୁ ମଧ୍ୟ ଆତଙ୍କବାଦୀମାନେ ପ୍ରବଳ ମାଡ଼ ମାରିଥିବା ଜଣାପଡ଼ିଛି। ଏହି ଖବର ପରେ ପୁଲିସ୍ ପକ୍ଷରୁ ପୁଣିଥରେ ସୋପିଆନରେ କଟକଣା ଲଗାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top