ନ୍ୟୁଜ୍

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏନଏସ୍‌ଏ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶ ଦାତା (ଏନଏସଏ) ରବର୍ଟ ଓ ବ୍ରେନ୍‌ କରୋନା ପଜିଟିଭ୍‌ ଚିହ୍ନଟ । ରବର୍ଟଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଥିବା ବେଳେ ସେ ଏକ ଅଜ୍ଞାତ ସ୍ଥାନରୁ କାର୍ଯ୍ୟ କରୁଥିବା ନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଏହାସହ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତିଙ୍କ ପ୍ରତି କୌଣସି ବିପଦ ନାହିଁ । ଜାତୀୟ ସୁରକ୍ଷା କାଉନସିଲ କାର୍ଯ୍ୟ ଭଲ ଭାବରେ ଚାଲିଛି ବୋଲି ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ମିଳିଛି ।  54 ବର୍ଷୀୟ ରବର୍ଟ ଟ୍ରମ୍ପଙ୍କ ପାଖରେ ଥିବା ସବୁଠୁ ବଡ଼ ଅଧିକାରୀ । ତେଣୁ ରବର୍ଟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତିଙ୍କ ସମେତ ଆମେରିକାବାସୀ ।

ତେବେ ଅନ୍ୟ ପ୍ରଶାସନିକ କ୍ଷେତ୍ରରେ ଅନେକ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି । ଉପରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ, ଟ୍ରମ୍ପଙ୍କୁ ଖାଦ୍ୟ ପରିଷିବା ଦାୟିତ୍ୱରେ ଥିବା 3 କର୍ମଚାରୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ତେବେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ ଭାବେ କରାଯାଉଛି । ଏହାସହ ତାଙ୍କ ପାଖକୁ ଆସୁଥିବା ସମସ୍ତ କର୍ମଚାରୀଙ୍କର କୋଭିଡ ପରୀକ୍ଷା କରାଯାଉଛି ବୋଲି ହ୍ୱାଇଟ୍‌ ହାଉସ୍‌ ସୂଚନା ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top