ଦେଶ

କଏଦୀରୁ ଡାକ୍ତର: ୧୪ ବର୍ଷର ସଜା ସାରି ଡାକ୍ତର ହେବାର ସ୍ୱପ୍ନ ପୁରଣ କଲେ ସୁବାସ ପାଟିଲ…

ଅର୍ଗସ ବ୍ୟୁରୋ: କଏଦୀରୁ ଡାକ୍ତର । ବିଶ୍ୱାସ ନହେଲେବି ଏହା ସତ । 14 ବର୍ଷର ସଜା କାଟି ପୁଣିଥରେ ଡାକ୍ତର ହେବାର ସ୍ୱପ୍ନ ପୁରଣ କରିଛନ୍ତି କର୍ଣ୍ଣାଟକାର ସୁବାସ ପାଟିଲ । ଏହି ଡାକ୍ତର ଜଣକ 1997ରେ ଏମବିବିଏସ ପାଠ୍ୟକ୍ରମରେ ଯୋଗ ଦେଇଥିଲେ ମାତ୍ର 2002 ମସିହାରେ ଏକ ହତ୍ୟା ମାମଲାରେ ଛନ୍ଦି ହୋଇ ଯାଇଥିଲେ ସୁବାସ । ଏବଂ ଚାଲି ଯାଇଥିଲେ କାରାଗାରର ଅନ୍ଧାରୀ ମୁଲକ ମଧ୍ୟକୁ । ଅଧା ରହିଯାଇଥିଲା ପାଠପଢା ଆଉ  ଅଧା ରହିଯାଇଥିଲା ଡାକ୍ତର ହେବାର ସ୍ୱପ୍ନ ।

ତେବେ ଜେଲ ରହଣି ମଧ୍ୟରେ ସୁବାସ ଆରମ୍ଭ କରିଥିଲେ ପାଠପଢା । ପ୍ରଥମେ ସାମ୍ୱାଦିକତାରେ ଡିପ୍ଲୋମା କଲା ପରେ ଡିଗ୍ରୀ କମ୍ପ୍ଲିଟ କରିଥିଲେ ସୁବାସ। ଏହା ପରେ ଜେଲ ମଧ୍ୟରେ ସେ ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ଏବଂ ପାଠପଢାରେ ନିଜକୁ ନିୟୋଜିତ କରିଥିଲେ । ସୁବାସଙ୍କ ସୁଷମ ଆଚର ଏବଂ ଉଦାର ମନୋଭାବ ପାଇଁ ତାଙ୍କୁ କର୍ଣ୍ଣାଟକ ସରକାର 2016 ଅଗଷ୍ଟ 15ତାରିଖରେ ଜେଲରୁ ମୁକ୍ତି ଦେଇଥିଲେ । ଜେଲରୁ ଫେରିବା ପରେ ତାଙ୍କୁ ପୁଣି ଡାକ୍ତରୀ ପାଠ ପଢିବା ପାଇଁ ପରିବାରବର୍ଗ ଉତ୍ସାହିତ କରିଥିଲେ ।

ଏହା ପରେ ସେ ରାଜିଭ ଗାନ୍ଧୀ ୟୁନିଭରସିଟିରେ କଥା ହେବା ପରେ ମିଳିଥିଲା ପୁନଃ ପଢିବାର ସୁଯୋଗ । 2016ରେ ସେ ପୁନଃ ପାଠପଢା ଆରମ୍ଭ କରିଥିବା ବେଳେ ଏବେ ତାଙ୍କ ଡାକ୍ତରୀ ପାଠ୍ୟକ୍ରମ ଶେଷ ହୋଇଛି । ଏମଧ୍ୟରେ ସେ ସଫଳତାର ସହ ନିଜ ଇଣ୍ଟନସିପ ମଧ୍ୟ ଶେଷ କରିସାରିଛନ୍ତି।

ମେ଼ଡିକାଲରେ ସୁବାସଙ୍କୁ ଦେଖିଲେ କେହି ବିଶ୍ୱାସ କରିପାରିବେନି ଯେ ସେ 14 ବର୍ଷକାଳ ଜେଲରେ ସଜା କାଟିଛନ୍ତି । ତାଙ୍କ କହିବାକଥା ଜନ୍ମରୁ କେହି ଆସାମି ହୋଇ ନଥାନ୍ତି ପରିସ୍ଥିତିରେ ପଡି ଲୋକ ଦୋଷୀ ହୋଇଯାଇଥାଏ । ତେବେ ନିଜର ମନୋଭାବ ଠିକ ରଖିଲେ ଯେକେହି ସହଜରେ ନିଜ ସ୍ୱପ୍ନ ପୁରଣ କରିପାରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top