ଟିଭି

ବିବାହ ବନ୍ଧନରେ ବାନ୍ଧି ହେଲେ ନେହା, ଭିଡିଓ ଭାଇରାଲ…

Neha

ମୁମ୍ବାଇ:  ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନ୍‌ର ମ୍ୟାଡମ୍‌ ଜୀ ତଥା ‘ବିଗ୍ ବସ୍ ୧୨’ର ପ୍ରତିଯୋଗୀ ନେହା ପେଣ୍ଡସେ । ଗତକାଲି ସେ ଏହି ବିବାହ କରିଛନ୍ତି । ମରାଠୀ ରୀତିନୀତିରେ ତାଙ୍କର ବିବାହ ହୋଇଛି । ନେହା ତାଙ୍କ ବୟଫ୍ରେଣ୍ଡ ଶାର୍ଦ୍ଦୁଳ ସିଂହ ବ୍ୟାସ୍‌ଙ୍କୁ ବିବାହ କରିଛନ୍ତି । ନେହା ଓ ଶାର୍ଦ୍ଦୁଳଙ୍କ ବାହାଘର ପୁଣେରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେବଳ ଉଭୟଙ୍କ ପରିବାର ଲୋକଙ୍କ ସହିତ କିଛି ନିକଟତର ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ। ବାହାଘର ପରେ ନେହା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ନାଁ ବଦଳାଇ ନେହା ପେଣ୍ଡସେ ବ୍ୟାସ୍ କରିଦେଇଛନ୍ତି। ଅନ୍ୟପକ୍ଷରେ ସୋଶାଲ୍ ମିଡିଆରେ ତାଙ୍କ ବାହାଘରର ଫଟୋ ଓ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଭାଇରାଲ୍ ଫଟୋଗୁଡ଼ିକରେ ନେହା ମରାଠୀ କନିଆ ବେଶରେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି । ବାହାଘର ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି, ଯେଉଁଥିରେ ନେହା ବେଶ୍ ଖୁସି ଦେଖାଯାଉଛନ୍ତି। ନେହାଙ୍କୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

neha

ସୂଚନାନୁସାରେ, କମେଡି ସିରିଏଲ୍ ‘ମେ ଆଇ କମ୍ ଇନ୍ ମ୍ୟାଡମ୍‌’ରୁ ଘରେ ଘରେ ପରିଚିତ ହୋଇଥିଲେ ନେହା। ଏହାପରେ ସେ ‘ବିଗ୍ ବସ୍ ୧୨’ରେ ସାମିଲ୍ ହୋଇ ଆହୁରି ଲୋକପ୍ରିତା ପାଇଥିଲେ। ଆଗକୁ ସେ ମରାଠୀ ଫିଲ୍ମ ‘ଜୁନ୍‌’ରେ ସିଦ୍ଧାର୍ଥ ମେନନ୍‌ଙ୍କ ସହ ନଜର ଆସିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top