ନ୍ୟୁଜ୍

କପାଡ଼ିହା ହତ୍ୟା ମାମଲାରେ ଦୁଇ ଗିରଫ

murder

ମୟୂରଭଞ୍ଜ: ଝାରପୋଖରିଆ ପୋଲିସକୁ ମିଳିଲା ସଫଳତା । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ କପାଡିହା ଠାରେ ଅତି ବିଭତ୍ସ ଭାବେ ତଣ୍ଟିକାଣ୍ଟି ହତ୍ୟା ମାମଲାରେ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି ହତ୍ୟାକାରୀ ଲାଲମୋହନ ବେହେରା ତାଙ୍କ ପୋଖରୀରୁ ମାଛ ଧରିବାକୁ ବସାଇଥିବା ଝିମିରି ପଟାରେ ସୁନାରାମ ବାରମ୍ବାର ଶୌଚ କରିଦେଉଥିବାରୁ ଉଭୟଙ୍କ ଭିତରେ ତିକ୍ତତା ଲାଗିରହିଥିଲା ।

ସେହିପରି ଜଟିଆଶୋଳ ଗ୍ରାମର ପାଗଲୁ ସରେନ (ଯଦୁ) ସହିତ ଫୁଟବଲ ଖେଳକୁ ନେଇ ଗଣ୍ଡଗଳକୁ ନେଇ ଶତ୍ରୁତା ରହିଥିଲା । ଉଭୟ ଲାଲମୋହନ ଓ ପାଗୁଲୁ ଏକତ୍ରିତ ସୁନାରାମକୁ ରାବଣ ପୋଡି ଦିନ ମଦ୍ୟପାନ କରାଇ ବିଚ ରାସ୍ତାରେ ଭୁଜାଲି ସାହାଯ୍ୟରେ ବେକ କାଟି ହତ୍ୟା କରିଥିବା ପୋଲିସ ପାଖରେ ପ୍ରକାଶ କରିଥିଲେ । ଲୁଚାଇ ରଖିଥିବା ରକ୍ତଭିଜା ଭୁଜାଲିକୁ ଘଟଣା ସ୍ଥଳରୁ ପୋଲିସ ଜବତ କରି ଆଜି ଅସମୀଙ୍କୁ 108/19ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top