ନ୍ୟୁଜ୍

ଖେଳୁଥିଲେ ଆଉ ଘର ନିକଟ ଗାଡିଆରେ ପଡ଼ିଗଲେ ୬ ବର୍ଷର ଦୁଇ ଜାଆଁଳା ଭାଇ

Drown

କେନ୍ଦୁଝର:  ଗାଡ଼ିଆରେ ପଡିଗଲେ ଦୁଇ ଜାଆଁଳା ଭାଇ । ଖେଳୁ ଖେଳୁ ଘର ନିକଟ ଗାଡିଆରେ ପଡ଼ିଗଲେ ୬ ବର୍ଷର ଦୁଇ ଜାଆଁଳା ଭାଇ ।  ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୂଆଖମଣ ଗାଁର ବାଙ୍କ ସାହିରେ  ।  ଏହା ଦେଖି ଘର ଓ ପଡୋଶୀ ଲୋକ ଅଗ୍ନୀଶ୍ରମ ବିଭାଗକୁ ଡାକି କଲେ ଭଦ୍ଧାର । ଉଦ୍ଧାର କରି ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ହେଲେ ସେଠାରେ ଡାକ୍ତର ତାକୁ ମୃତ ପୋଷଣା କରିଥିଲେ । ଶିଶୁ ଦୁଇ ଜଣଙ୍କ ନାମ ଯଥାକ୍ରମେ ବାଦଲ ନାଏକ ଓ ଆକାଶ ନାଏକ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top