X
Breaking News
ନ୍ୟୁଜ୍

କନଷ୍ଟେବଳଙ୍କୁ ନିଲମ୍ବନ ପରେ ଭୁବନେଶ୍ୱରରୁ ବିଦା

TRAFFIC

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଟ୍ରାଫିକ୍ ଡ୍ୟୁଟିରେ ଅବହେଳା । ରୂପାଲି ଛକରେ ଟ୍ରାଫିକ କନେଷ୍ଟବଳଙ୍କ ମଦ୍ୟପାନ କରି ଡ୍ୟୁଟି କରିବା ଘଟଣାରେ ୨ଟ୍ରାଫିକ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି ।  ନିଲମ୍ବନ ପରେ କନେଷ୍ଟବଳ କାଳିଆ ସୁନା ବେହେରାକୁ ସୁନ୍ଦରଗଡ଼ ଜିଲ୍ଲା ଓ ଅଜୟ ପ୍ରଧାନକୁ ମାଲକାନଗିରି ଜିଲ୍ଲାକୁ ବଦଳି କରାଯାଇଛି  ।

ମଙ୍ଗଳବାର ରାତିରେ ଦୁଇ କନେଷ୍ଟବଳଙ୍କୁ ଡିସିପି ଅନୁପ ସାହୁ ନୋଟିସ୍‌ ଜାରି କରିଥିଲେ । ଘଟଣାର ତଦନ୍ତ ପରେ ଜଣାପଡ଼ିଥିଲା ଯେ, ଦୁଇ କନେଷ୍ଟବଳ ରୂପାଲି ଛକରେ ଡ୍ୟୁଟି ନକରି ରାସ୍ତା ପାର୍ଶ୍ୱରେ ବସିଥିଲେ । ତେବେ ଡିଜି ବି.କେ. ଶର୍ମା କାର୍ଯ୍ୟରୁ ନିଲମ୍ବିତ କରିବା ସହ ରାଜଧାନୀରୁ ମଧ୍ୟ ବିଦା କରିଛନ୍ତି ଏହି ଦୁଇ କନେଷ୍ଟବଳଙ୍କୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top