ଦେଶ

ପୋଲିସ୍‌ ସହ ଦୁର୍ବୃତ୍ତଙ୍କ ମୁହାଁମୁହିଁ,  ଦୁଇ ନିହତ

ନୂଆଦିଲ୍ଲୀ: ଦିଲ୍ଲୀରେ ସକାଳୁ ସକାଳୁ ପୋଲିସ୍‌ ସହ ଦୁର୍ବୃତ୍ତଙ୍କ ମୁହାଁମୁହିଁ ।  ଏହି ସଂଘର୍ଷରେ ଦୁଇ ଦୁର୍ବୃତ୍ତ ନିହତ ହୋଇଛନ୍ତି । ପୋଲିସ୍‌ ଦୁଇ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ନ୍ୟୁଜ୍‌ ଏଜେନ୍ସି ଏଏନଆଇ ଅନୁସାରେ ପୁଲ ପ୍ରହଲାଦପୁରରେ ସୋମବାର ଦିନ ସକାଳ 5ଟାରେ ଦିଲ୍ଲୀ ପୋଲିସ୍‌ ଦୁବୃର୍ତ୍ତମାନଙ୍କୁ ଚେକିଙ୍ଗ ସମୟରେ ଘେରାବନ୍ଦି କରିନେଇଥିଲା ।

ଦୁର୍ବୃତ୍ତମାନେ ନିଜକୁ ବନ୍ଦି ଦେଖି  ପୋଲିସ୍‌ ଉପରକୁ ଫାଇରିଙ୍ଗ କରିବା ଆରମ୍ଭ କରିଦେଇଥିଲେ । ଏହାର ପ୍ରତିଆକ୍ରମଣ କରିଥିଲା ଦିଲ୍ଲୀ ପୋଲିସ୍‌ । ଯେଉଁଥିରେ ଦୁଇ ଦୁର୍ବୃତ୍ତ ନିହତ ହୋଇଥିଲେ । ଏହି ଦୁଇ ଜଣଙ୍କର ପରିଚୟ ରାଜା କୁରୈଶୀ ଓ ଅନ୍ୟ ଜଣ ରମେଶ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top