ରାଜ୍ୟ

ଶିକାରୀଙ୍କ ପାଇଁ ଘଟିଲା ଦୁଇ ଘଟଣା, ବନ ବିଭାଗକୁ ଦାୟୀ କଲେ ଲୋକେ

ଅନୁଗୁଳ: ବନ୍ୟ ଜନ୍ତୁ ଶିକାର କରିବା ପାଇଁ ଶିକାରୀମାନେ ନେଉଥିବା ପଦକ୍ଷେପ ପାଇଁ ଲୋକେ ବହୁ ଅସୁବିଧାରେ ପଡ଼ୁଛନ୍ତି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟେଣ୍ଟୁଲେଇ ପଞ୍ଚାୟତରେ ୨ଟି  ଘଟଣା ଘଟିଛି । ଜରପଡା ବନାଞ୍ଚଳ ବାଲିଝରଣ ଗାଁ ଧାନବିଲ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ କେହି ଜଣେ ଶିକାରୀ ବୋମା ବିଛେଇଥିଲା । ଫଳରେ ସେହି ଗାଁର ହେମନ୍ତ ବାରିକଙ୍କ ବଳଦର ପାଟିରେ ବୋମ ଲାଗିବାରୁ ବଳଦର ମୁହଁ ଫାଟି ଗଭୀର ଆଘାତ ଲାଗିଛି  ।

ସେହିଭଳି ଛେଣ୍ଡିପଦା ବନାଞ୍ଚଳରେ ଗୋନାଥପୁରୁ ଗାଁ ଜଙ୍ଗଲ ନିକଟରେ ବାରହା ଶିକାର ପାଇଁ ଶିକାରୀ ତାର ବିଛାଇ ଥିବା ବେଳେ ବନବିଭାଗ ଜଣେ ଶିକାରୀ ଦେବାନ୍ଦ ପ୍ରଧାନଙ୍କୁ ଗିରଫ କରିବା ସହ ୭ କେଜିରୁ ଉର୍ଦ୍ଧ୍ବ ତାର ମଧ୍ୟ ଜବତ କରିଛି । ତେବେ ବନଭିବାଗର ନିସ୍କ୍ରିୟତା ପାଇଁ ଶିକାରୀଙ୍କ ପର୍ଦ୍ଦୃଭାବ ବଢ଼ୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top