ନ୍ୟୁଜ୍

କୂଅରେ ପଡ଼ି ୨ ମୃତ

କୋରାପୁଟ: କୋରାପୁଟ ଜିଲ୍ଲାର ପଟାଙ୍ଗି ଥାନା ଗାଲିଗବଦର ଠାରେ ଘଟିଛି ଅଭାବନୀୟ ଘଟଣା । କୂଅରେ ପଡି ଦୁଇ ଜଣଙ୍କ ଜୀବନ ଯାଇଛି । କୂଅରେ ଅଧିକ ପାଣି ଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ କଷ୍ଟ ହୋଇଥିବା ବେଳେ ଦୁଇ ଜଣଙ୍କ ଜୀବନ ଯାଇଛି ।

ତେବେ କୌଣସି କାରଣରୁ 10 ବର୍ଷୀୟ ବାଳକ ପ୍ରିନ୍ସ ପାଙ୍ଗି କୂଅରେ ପଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ 50 ବର୍ଷୀୟ ଆୟାର ପାଙ୍ଗି କୂଅ ଭିତରକୁ ଡେଇଁ ପଡ଼ିଥିଲେ । ପାଣି ଅଧିକ ଥିବା ଯୋଗୁଁ ଦୁଇ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।

ଗ୍ରାମବାସୀ ଓ ପଟାଙ୍ଗି ପୋଲିସ ମୃତ ଅବସ୍ଥାରେ ୨ ଜଣକୁ ଉଦ୍ଧାର କରିଥିଲେ  । ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top