ଦେଶ

DRDO କର୍ମଚାରୀ କରୋନା ପଜିଟିଭ୍, ସିଲ୍ ହେଲା ୨ଟି ମହଲା

DRDO

ନୂଆଦିଲ୍ଲୀ:  ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO)ର କିଛି କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ମୁଖ୍ୟାଳୟର ଦୁଇ ମହଲାକୁ ସିଲ୍ କରାଯାଇଛି । ଶୁକ୍ରବାର ଦିନ କର୍ମଚାରୀଙ୍କଠାରେ କରୋନାର ଲକ୍ଷଣ ଦେଖାଯିବା ପରେ ସେମାନଙ୍କର ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା ।

ତେବେ DRDOର ଦୁଇ ମହଲାକୁ ଶୁକ୍ରବାରଠୁ ୭୨ ଘଣ୍ଟା ପାଇଁ ସିଲ୍ କରାଯାଇଛି । ମୁଖ୍ୟାଳୟର ଦ୍ୱିତୀୟ ଏବଂ ପଞ୍ଚମ ମହଲାକୁ ସିଲ୍ କରିବା ପରେ ସେଠାରେ ଥିବା ସମସ୍ତ ସ୍ଥାନକୁ ସାନିଟାଇଜ୍ କରାଯାଉଛି । ଯେଉଁମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଛନ୍ତି ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସେମାନଙ୍କ ମଧ୍ୟରେ କିଛି ବୈଜ୍ଞାନିକ ମଧ୍ୟ ଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top