ରାଜ୍ୟ

ତାଳସାରି ବେଳାଭୂମିରେ ଦୁଇ ହୋଟେଲ ସିଲ୍‌, ୨ ଗିରଫ

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଭେଗରାଇ ବ୍କକ ଅନ୍ତର୍ଗତ ତାଳସାରି ଓ ଉଦୟପୁର ବେଳାଭୂମିକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଆଗମନ ହେଇଥିଲା ବେଳେ ଏଠି ଗଢି ଉଠିଛି ହୋଟେଲ ଏବଂ ପାନ୍ଥନିବାସ । ମାତ୍ର ଏହି ହୋଟେଲ ଗୁଡିକରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ହୋଇଥିବା ଆଭିଯେଗ ହେଇଥିଲା ବେଳେ ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଆଜି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହ ଦୁଇ ଦିନ ଧରି ଚଢାଉ ଜାରି ରଖିଥିଲେ । ଆଜି ସକାଳେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ଓ ତାଳସାରି ସାମୁଦ୍ରିକ ଥାନ ଆଇଆଇସି ସୁଜାତା ଖମାରୀଙ୍କ ସମେତ ସଦଳବଳେ ବିଭିନ୍ନ ହୋଟେଲରେ ଅଚାନକ ଚଢାଉ କରିଥିଲା ।

ଚଢାଉ ବେଳେ ସାଗର ସୈକତ ହୋଟେଲର ମ୍ୟାନେଜର ସଦାମ ସେଖ୍ ଓ ସାଗର କନ୍ଯା ହୋଟେଲର ମ୍ୟାନେଜର ନିରାପଦ ରାଉତକୁ ଗିରଫ କରିବା ସଙ୍ଗେସଙ୍ଗେ ଦୁଇଟି ହୋଟେଲକୁ ସିଲ କରାଯାଇଛି  ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top