ଅପରାଧ

ସମବାୟ ବ୍ୟାଙ୍କ ଦୁର୍ନୀତିର ପାର୍ଦ୍ଦାଫାସ, ଫିଲ୍ମ ଷ୍ଟାଇଲରେ ଲୁଟ କରି ଧରାପଡ଼ିଲେ କର୍ମଚାରୀ

ବଲାଙ୍ଗିର: ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ଚୋରୀ ଘଟଣାର ପର୍ଦ୍ଦାଫାସ । ପର୍ଦ୍ଦାଫାସ କଲା ବଲାଙ୍ଗିର ପୋଲିସ । ଦୀର୍ଘ ଦେଢ଼ ମାସ ଧରି ଲୁଟ କରିଚାଲିଥିଲେ ବ୍ୟାଙ୍କ କର୍ମଚାରୀ । 8 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ ସେମାନେ  । ଫିଲ୍ମ ଷ୍ଟାଇଲରେ ଲୁଟ କରି ଧରାପଡ଼ିଲେ କର୍ମଚାରୀ । ବ୍ୟାଙ୍କରୁ 12ଟି ଏଟିଏମ ସହ ପାସୱାର୍ଡ ଚୋରୀ କରି ଲୁଟ କରୁଥିଲେ । ଲୁଟରେ ବ୍ୟବହାର ହେଉଥିଲା ପୋଷାକ ଓ ହେଲମେଟ ।

ବ୍ୟାଙ୍କରୁ ଟଙ୍କା ଚୋରୀ ସନ୍ଦେହ କରି ପୋଲିସର ସାହାରା ନେଇଥିଲେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବୋର୍ଡ ନିର୍ଦେଶକ ସାନନ୍ଦ ମେହେର । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୋଲିସର ଖୋଳତାଡ଼ ପରେ ସାଂଘାତିକ ତଥ୍ୟ ପାଇଥିଲା ପୋଲିସ । ଲୁଟେରା ଆଉ କେହି ନଥିଲେ ବ୍ୟାଙ୍କର କର୍ମଚାରୀ ଥିଲେ । ଦୀର୍ଘ ଦେଢ଼ମାସର ଖୋଳତାଡ଼ ପରେ ପୋଲିସ ହାତରେ ଲାଗିଲା ଲୁଟେରାଙ୍କ କଳା କାରନାମା ।

ବ୍ୟାଙ୍କର ଜଣେ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଆଉ ଏବେ ସେ ସନ୍ଦେହ ସତରେ ପରିଣତ ହୋଇଛି । ବ୍ୟାଙ୍କରେ କେହି ନଥିବା ବେଳେ ନୀଳମଣି 12 ଏଟିଏମ୍‌ କାର୍ଡ ଏବଂ ପାସୱାର୍ଡ ଚୋରୀ କରି ଆଣିଥିଲା । ପରେ ସେହିସବୁ ଏଟିଏମ କାର୍ଡ ସାହାଯ୍ୟରେ ଟଙ୍କା ଉଠାଇବା ପାଇଁ ଶାଶ୍ୱତ କୁମାର ମିଶ୍ରକୁ ନିୟୋଜିତ କରିଥିଲା ନୀଳମଣି  ।

ବିଭିନ୍ନ ସମୟରେ ବିଶେଷ ବସ୍ତ୍ର ପରିଧାନ କରିବା ସହ ହେଲମଟ ଲଗାଇ ଏଟିଏମ୍‌ ମେସିନ୍‌ରୁ ଟଙ୍କା ଉଠାଉଥିଲା ଶାଶ୍ୱତ । 12 ଟି ଏଟିଏମ୍‌ କାର୍ଡ ବ୍ୟବହାର କରି ନୀଳମଣି ଏବଂ ଶାଶ୍ୱତ ଏବେସୁଦ୍ଧା ୮ ଲକ୍ଷ ୩୧ ହଜାର ଟଙ୍କା ଉଠାଇଥିବା ପୋଲିସ ସୂଚନା ଦେଇଛି । ଏହାସହ ଅନେକ ପାସବୁକ୍‌, ଏଟିଏମ୍‌ କାର୍ଡ, ଶାଶ୍ୱତ ବ୍ୟବହାର କରୁଥିବା 3ଟି ସାର୍ଟ, ପ୍ୟାଣ୍ଟ ଏବଂ ହେଲମେଟ୍‌ ଜବତ କରିଛି ପୋଲିସ । ଏନେଇ ଏକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି  ବଲାଙ୍ଗିର ଆରକ୍ଷୀ ଅଧିକାରୀ ଏମ.ସ ସଂଦୀପ ସମ୍ପତ୍ତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top