ନ୍ୟୁଜ୍

ଭାଲୁ ଆକ୍ରମଣରେ ୨ ଗୁରୁତର

bear attack

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ ଗାଁରେ ଭାଲୁ ଆକ୍ରମଣରେ ୨ଜଣ ଚାଷୀ ଗୁରୁତର ହୋଇଛନ୍ତି । ଆଜି ଭୋର ସକାଳେ ବ୍ରାହ୍ମଣବିଲ ଗାଁରେ ବାପା  ପ୍ରହଲ୍ଲାଦ ଶଙ୍ଖରୀ ଓ ପୁଅ  ମିଟୁ ଶଙ୍ଖରୀ ନିଜ ଜଙ୍ଗଲ ପାଖ ପୋଟଳ ବଗିଚାକୁ ଯାଉଥିବା ସମୟରେ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇଛନ୍ତି ।

bear attack

ଗ୍ରାମର କିଛି ଲୋକଙ୍କ ସାହାଯ୍ୟରେ ଉଭୟଙ୍କୁ କୋଶଳା ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରହଲ୍ଲାଦର ଗୋଡରେ ଆଘାତ ଲାଗିଥିବାବେଳେ ମିଟୁର ହାତ ଓ ପିଠିରେ ଗଭୀର ଆଘାତ ଲାଗିଛି । ପରିବାର ପକ୍ଷରୁ ଘଟଣା ସମ୍ପର୍କରେ ଛେଣ୍ଡିପଦା ବନବିଭାଗକୁ ଅଭିଯୋଗ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top