ରାଜ୍ୟ

ଝାରସୁଗୁଡା ଏୟାରପୋର୍ଟରୁ ଆଉ ଦୁଇଟି ସହରକୁ ଉଡ଼ିବ ବିମାନ

ଝାରସୁଗୁଡା: ଝାରସୁଗୁଡା ଏୟାରପୋର୍ଟରୁ ଉଡିବ ଆଉ ଦୁଇଟି ବିମାନ । ଗୋଟିଏ କୋଲକତା ଆଉ ଗୋଟିଏ ବେଙ୍ଗାଲୁରୁକୁ ଉଡ଼ିବାର ଯୋଜନା କରାଯାଇଛି ।

ଏବେ ଝାରସୁଗୁଡା ବିମାନ ବନ୍ଦରରୁ 5ଟି ସ୍ଥାନକୁ ବିମାନ ଉଡାଣ ହେଉଛି । ରାଉରକେଲା, ଜୟପୁର ଏୟାରଷ୍ଟ୍ରିପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରାଯାଇଛି ।

ଜୟପୁର ଏୟାରଷ୍ଟ୍ରିପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ 55 କୋଟି ଟଙ୍କାର ଟେଣ୍ଡର ସରିଛି । ମୌଳିକ ଭିତ୍ତିଭୂମି କାମ ସରିବା ପରେ ସେଠାରୁ ବିମାନ ଚଳାଚଳ ଆରମ୍ଭ କରିବ। ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top