ଦେଶ

ଦୁଇ ସନ୍ଦିଗ୍ଧ ଗୁପ୍ତଚର ଗିରଫ, ଆର୍ମି କ୍ୟାମ୍ପ୍‌ ବାହାରେ ଫଟୋ ଉତ୍ତୋଳନ କରୁଥିବା ସୂଚନା

arrested
courtesy: www.oneindia.com

ଜମ୍ମୁ କଶ୍ମୀର:  ଜମ୍ମୁ ଅଞ୍ଚଳର ଆର୍ମି କ୍ୟାମ୍ପ୍‌ ବାହାରେ ଦୁଇ ସନ୍ଦିଗ୍ଧ ଗୁପ୍ତଚର ଗିରଫ ହୋଇଛନ୍ତି । ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ଘର କଠୁଆ ଏବଂ ଅନ୍ୟ ଜଣକ ଘର ଦୋଦାରେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଗୋଟାଏ ଆର୍ମି କ୍ୟାମ୍ପ୍‌ ବାହାରେ ସେମାନେ ଭିଡିଓ ସୁଟିଙ୍ଗ୍‌ କରିବା ସହ ଫଟୋ ଉତ୍ତୋଳନ କରୁଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ଦୁହେଁ ସନ୍ଦେହଜନକ ଭାବେ ପାରାମଣ୍ଡଳ ମୋର୍‌ହ ପାଖ ରତ୍ନଚକ୍‌ ମିଲିଟାରି ଷ୍ଟେସନ୍‌ ପାଖରେ ବୁଲୁଥିବା ଦେଖି ଆର୍ମି ପାଟ୍ରୋଲ୍‌ ତାଙ୍କ ଉପରେ ନଜର ରଖିଥିଲା। ଦୁଇ ସନ୍ଦିଗ୍ଧ ଗୁପ୍ତଚରଙ୍କୁ ପୋଲିସକୁ ହସ୍ତାନ୍ତର କାଯାଇଛି  । ସେମାନଙ୍କ ମୋବାଇଲ୍‌ ଫୋନ୍‌ ସ୍କାନ୍‌ କରାଯିବା ପରେ ଜଣାପଡ଼ିଲା ଯେ ଦୁହେଁ ପାକିସ୍ତାନର କେତେକ ଲୋକଙ୍କ ସହ ବରାବର ଯୋଗସୂତ୍ର ରଖିଛନ୍ତି। ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ମଧ୍ୟ ସେମାନେ ସମ୍ପୃକ୍ତ ପାକିସ୍ତାନୀଙ୍କ ନିକଟକୁ କେତେକ ଭିଡିଓ ପଠାଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top