ନ୍ୟୁଜ୍

ଉଦଳାକୁ ପଲିଥିନ ମୁକ୍ତ କରିବା ପାଇଁ ଏନଏସିର ପ୍ରୟାସ

palithin ban

ମୟୂରଭଞ୍ଜ: ମୟୂରଭଞ୍ଜ ଉଦଳା ଏନଏସିକୁ ପଲିଥିନ ମୁକ୍ତ କରିବା ପାଇଁ ଏନଏସି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏହାକୁ ନେଇ ଆଜି ଏନଏସି ଏବଂ ପୋଲିସ ମିଳିତ ଭାବେ ଉଦଳାର ବିଭିନ୍ନ ଗ୍ରୋସରୀ ଦୋକାନଠାରୁ ଆରମ୍ଭ କରି ଜଳିଖିଆ ଦୋକାନ, ହୋଟେଲ, ଢାବା ଆଦିରେ ଚଢାଉ କରାଯାଇଛି ।

palithin ban

ଆଜି ଏହି ଚଢାଉ ବେଳେ ୧୬ଟି ଦୋକାନରୁ ୮ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।  ଏହିପରି ଭାବେ ପଲିଥିନ୍ ପାଇଁ ଚଢାଉ କରାଯାଇଥିବା ବେଳେ ଆସନ୍ତା ଅକ୍ଟୋବର ୨ ତାରିଖରୁ ଉଦଳା ଏନଏସିକୁ ପୁରା ପଲିଥିନ୍ ମୁକ୍ତ କରିବାକୁ ଏନଏସି ଚେଷ୍ଟା କରୁଥିବା ଅଧିକାରୀ କହିଛନ୍ତି । ଅକ୍ଟୋବର ୨ ପରେ କୌଣସି ଦୋକାନୀଙ୍କ ନିକଟରେ ପଲିଥିନ୍ ମିଳିଲେ ତାଙ୍କୁ ଅଧିକ ପରିମାଣର ଫାଇନ୍ କଟାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top