ଜୀବନ ମନ୍ତ୍ର

Fair & Lovely କ୍ରିମ୍‌ରେ ରହିବନି ଫେୟାର୍‌, କାହିଁକି ବଦଳିବ ନାଁ ?

ନୂଆଦିଲ୍ଲୀ: ନିକଟରେ ଆମେରିକାରେ ବର୍ଣ୍ଣବୈଷମ୍ୟକୁ ନେଇ ଆନ୍ଦୋଳନ ତେଜିଥିଲା । ଆମେରିକା ଭଳି ବିକଶିତ ଦେଶରେ କଳା ଗୋରାର ଭେଦଭାବ ଦେଖିବାକୁ ମିଳିଥିଲା । ଜଣେ କଳା ଲୋକଙ୍କ ହତ୍ୟା ଅଭିଯୋଗରେ ଏହି ଆନ୍ଦୋଳନ ତେଜିଥିଲା । ଏବେ ‘ବ୍ଲାକ୍‌ ଲଇଭସ୍‌ ମ୍ୟାଟର’ ନାଁରେ କ୍ୟାମ୍ପେନ ମଧ୍ୟ ବିଭିନ୍ନ ସ୍ଥାନରେ ଚାଲିଥିବା ଦେଖିବାକୁ ମିଳିଛି ।

ଏହାରି ଭିତରେ ବହୁ ନାମିଦାମୀ କମ୍ପାନୀ ୟୁନିଲିଭର ଏବେ ତାର ବହୁ ଲୋକପ୍ରିୟ ପ୍ରଡକ୍ଟ ଫେୟାର ଆଣ୍ଡ ଲଭଲୀ କ୍ରିମର ନାଁରେ ଫେୟାରକୁ ହଟାଇବାକୁ ଯୋଜାନା କରୁଛି । ୟୁନିଲିଭର କମ୍ପାନୀ କେବଳ ଫେୟାର ଆଣ୍ଡ ଲଭଲୀରୁ ଭାରତରେ ପ୍ରତି ବର୍ଷ 50 କୋଟି ଡଲାରରୁ ଅଧିକ ଲାଭ କରୁଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏବେ କମ୍ପାନୀ ପ୍ୟାକେଜିଂରୁ ଫେୟାର, ହ୍ୱାଇଟେନିଂ ଓ ଲାଇଟେନିଂ ଭଳି ଶବ୍ଦଗୁଡ଼ିକୁ ବାଦ ଦେବ । ଏହାସହ ବିଜ୍ଞାପନରେ ଉଭୟ ଗୋରା ଓ କଳା ମହିଳାଙ୍କୁ ସାମିଲ କରାଯିବ ବୋଲି କହିଛି କମ୍ପାନୀ । ସେପଟେ ପ୍ରଡକ୍ଟରେ ବ୍ୟବହାର ହେଉଥିବା ଫେୟାର, ହ୍ୱାଇଟ୍‌ ଓ ଲାଇଟ୍‌ ଭଳି ଶବ୍ଦ ସୁନ୍ଦରତାର ଗୋଟିଏ ପାଖକୁ ବଝାଉଛି । ଯାହାକି ଠିକ୍‌ ନୁହେଁ ବୋଲି କହିଛନ୍ତି ୟୁନିଲିଭର ବ୍ୟୁଟି ଆଣ୍ଡ ପର୍ସନାଲ କେୟାର ଡିଭିଜନ ଅଧ୍ୟକ୍ଷ ସନି ଜୈନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top