ଦେଶ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ବଡ଼ ଖବର !! କେନ୍ଦ୍ର ଗୃମମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ତେବେ କରୋନା ଜନିତ ସାମାନ୍ୟ ଳକ୍ଷ୍ୟଣ ଦେଖା ଦେବାରୁ ସେ ଟେଷ୍ଟ କରାଇଥିଲେ ।

ଏହି ଟେଷ୍ଟରେ ଅମିତ ଶାହ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି । ତେବେ ସେ ସମ୍ପୂର୍ଣ୍ଣ ଠିକ୍‌ ଅଛନ୍ତି କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହେବାକୁ ଯାଉଛନ୍ତି ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି ଶାହ ।

ଅନ୍ୟପଟେ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ସହ ନିଜ ନିଜର ଟେଷ୍ଟ କରାଇବାକୁ ଟ୍ୱିଟ୍‌ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top