ଦେଶ

NMDC ଅଧିକ ଲୁହାପଥର ଉତ୍ପାଦନ ଉପରେ ପ୍ରାଥମିକତା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan NMDC

ହାଇଦ୍ରାବାଦ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ (ଏନ୍ଏମ୍‌ଡିସି)ର ହାଇଦ୍ରାବାଦ ସ୍ଥିତ କର୍ପୋରେଟ୍ ଅଫିସ୍‌ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ, ନିର୍ଦ୍ଦେଶକ ତଥା ଅଧିକାରୀଙ୍କୁ ଭେଟିବା ସହ ଏନ୍ଏମ୍‌ଡିସି କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତର ସବୁଠୁ ବଡ ଖଣିଜ କମ୍ପାନୀ ଏନ୍ଏମ୍‌ଡିସିକୁ ଅଧିକରୁ ଅଧିକ ଲୁହା ପଥର ଉତ୍ପାଦନ କରିବା ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଇସ୍ପାତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ କଂଚାମାଲ ଯୋଗାଣରେ ସୁନିଶ୍ଚିତ ହେବା ସହ ବଜାର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ସହାୟକ ହେବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏନ୍ଏମ୍‌ଡିସି ଦାୟିତ୍ୱବାନ୍‌ ହୋଇ ଡିଜିଟାଲ ମାଧ୍ୟମର ଉପଯୋଗ କରି ଖଣିଜ ଉତ୍ପାଦନ କରୁଛି । କାର୍ଯ୍ୟରତ ପ୍ରକଳ୍ପ ବିଶେଷ ଭାବରେ ଏନ୍ଏମ୍‌ଡିସି ଆଇରନ୍ ଏବଂ ଷ୍ଟିଲ୍ ପ୍ଲାଣ୍ଟ (ଏନ୍‌ଆଇଏସ୍‌ପି) ପ୍ରକଳ୍ପକୁ ନିୟମିତ ଭାବରେ ତଦାରଖ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା କମ୍ପାନୀର ପ୍ରାଥମିକତାକୁ ପୂରଣ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି ପରିଦର୍ଶନ କାଳରେ ଶ୍ରୀ ପ୍ରଧାନ ଏନ୍ଏମ୍‌ଡିସିର ‘ସ୍ଲରି୍ ପାଇପଲାଇନ ପ୍ରକଳ୍ପ’ର ସମୀକ୍ଷା ମଧ୍ୟ କରିଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏହି ଏନ୍ଏମ୍‌ଡିସି କର୍ପୋରେଟ୍ କାର୍ଯ୍ୟାଳୟକୁ ପ୍ରଥମ ଗସ୍ତ ଥିଲା । ଏନ୍ଏମ୍‌ଡିସିର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସହ ଏକ ବୈଠକରେ ଏନଏମଡିସିର କାର୍ଯ୍ୟକାରିତା ଉପରେ କହିବା ସହ ବିଭିନ୍ନ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top