ନ୍ୟୁଜ୍

କଟକରେ ଜନଜାଗରଣ ନେଇ ବିଶାଳ ଶୋଭାଯାତ୍ରା, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dp

କଟକ:  ସିଏଏକୁ ନେଇ କଂଗ୍ରେସ ଦେଶରେ ହିଂସାକାଣ୍ଡ ସୃଷ୍ଟି କରୁଛି । ଏହା ବିରୋଧରେ ବିଜେପି ଜନଜାଗରଣ ସୃଷ୍ଟି କରିବାକୁ ଆରମ୍ଭ କରିଛି ଅଭିଯାନ । ଏଥିପାଇଁ ଆଜି କଟକରେ ସିଏଏ ସପକ୍ଷରେ ଆରମ୍ଭ ହୋଇଛି ସଚେତନତା ଶୋଭାଯାତ୍ରା । ଜନଜାଗରଣ ନାରା ନେଇ ଜନତାଙ୍କ ନିକଟରେ ପହଞ୍ଚିଛି ରାଜ୍ୟ ବିଜେପି । କେନ୍ଦ୍ରାପଡା, ବାଲେଶ୍ବର ଓ ଜଗନ୍ନାଥ ଧାମରୁ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବାପରେ ଆଜି କଟକରେ ଚାଲିଛି ସଚେତନତା ବାର୍ତ୍ତା । ଏହି ସମାବେଶରେ ଅନେକ ଲୋକ ସାମିଲ ହୋଇଛନ୍ତି । ସିଏଏକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଇଚାରାର ସହର କଟକରେ ପହଞ୍ଚି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ସେପଟେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାଠାରେ ସର୍ବଭାରତୀୟ ସ୍ତରରେ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ । ସେହିଭଳି ପୁରୀରେ ପୂବର୍ତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ରାଜୀବ ପ୍ରତାପ ରୁଢ୍ଢୀ, ବାଲେଶ୍ବରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଭଦ୍ରକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ଦଳର ସାଧାରଣ ସଂପାଦକ ମନମୋହନ ସାମଲ ଏବଂ ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର ଓ ମୁଖପାତ୍ର ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ସିଏଏ ସମ୍ପର୍କରେ ସଚେତନ କରାଇଛନ୍ତି ।

ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ବିଜେପି ନେତାମାନେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top