ଦେଶ

ୟୁପିରେ ବାୟୋଫୁଏଲ କମ୍ପ୍ଲେକ୍ସର ଶିଳାନ୍ୟାସ, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା ପାଇଁ ଐତିହାସିକ ପଦକ୍ଷେପ: ଧର୍ମେନ୍ଦ୍ର

Dharmendra Pradhan Yogi

ଗୋରଖପୁର/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଦିଗରେ ୧ ହଜାର କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଗୋରଖପୁରର ବାୟୋଫୁଏଲ କମ୍ପେ୍ଲକ୍ସ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଉତରପ୍ରଦେଶର ଗୋରଖପୁର ସ୍ଥିତ ଧୂରିଆପରରେ ବାୟୋଫୁଏଲ କମ୍ପେ୍ଲକ୍ସର ଶିଳାନ୍ୟାସ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୋରଖପୁରରେ ୧୫୦ କୋଟି ଟଙ୍କା ବ୍ୟୟରେ ସିବିଜି (କମ୍ପ୍ରେସଡ୍ ବାୟୋଗ୍ୟାସ୍‌) ପ୍ଲାଣ୍ଟ ଏବଂ ୯୦୦ କୋଟି ଟଙ୍କା ବ୍ୟୟରେ ଏକ ୨ଜି ଜୈବ ଇନ୍ଧନ ରିଫାଇନାରୀ ନିର୍ମାଣ କରାଯାଇ ତାହାକୁ ବିକଶିତ କରାଯିବ ।

Dharmendra Pradhan Yogi

ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷି ବର୍ଜ୍ୟ ଓ ଜୈବିକ ଆବର୍ଜନାକୁ ବ୍ୟବହାର କରି ପ୍ରତିଦିନ ୧୦୦ କିଲୋ ଲିଟର ଇଥାନଲ ଉତ୍ପାଦନ ହେବ । ଏହା ଦ୍ୱାରା କୃଷକଙ୍କ ଉତ୍ପାଦନ ବଢିବା ସହ ଯୁବକଙ୍କୁ ରୋଜଗାର ଦେବାର ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଅନ୍ନଦାତା ଏବେ ଉର୍ଜାଦାତା ବନିବେ’ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଏହା ଏକ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପୂର୍ବାଂଚଳରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଅଭୁତପୂର୍ବ ସଫଳତାରୁ ଏଲପିଜିର ଚାହିଦାକୁ ପୂରଣ କରିବା ପାଇଁ ଏଲପିଜି ବଟଲିଂ ପ୍ଲାଣ୍ଟ ମଧ୍ୟ ଆଜି ଉଦଘାଟିତ୍‌ ହୋଇଯାଇଛି । ଏହାଦ୍ୱାରା ପାଖାପାଖି ୧୧ ଜିଲ୍ଲାରେ ସ୍ୱଚ୍ଛ ଇନ୍ଧନ ପହଁଚିବାର ସୁବିଧା ଆହୁରି ସହଜ ହେବ ।

ଉତପ୍ରଦେଶର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top