ଦେଶ

ତୈଳ-ଗ୍ୟାସ୍‌-ଇସ୍ପାତ କ୍ଷେତ୍ରରେ ଉନ୍ନତି ପାଇଁ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯିବେ ଧର୍ମେନ୍ଦ୍ର

Dharmendra

ନୂଆଦିଲ୍ଲୀ/ଭୁବନେଶ୍ୱମର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଉପସାଗରୀୟ ଦେଶ ସାଉଦିଆରବ, ୟୁଏଇ ଏବଂ କତାର ଗସ୍ତରେ ଯାଇଛନ୍ତି । ସେପ୍ଟମ୍ବର ୭ରୁ ୧୨ ପର୍ଯ୍ୟନ୍ତ ପାଂଚଦିନିଆ ଗସ୍ତରେ ଶ୍ରୀ ପ୍ରଧାନ ଉକ୍ତ ତିନି ଦେଶ ସହ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ଆଲୋଚନା କରିବେ । ଏହି ଗସ୍ତରେ ଶ୍ରୀ ପ୍ରଧାନ ଆସନ୍ତା ୧୩ ତାରିଖରେ ଆବୁଧାବୀରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍)ରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ଏହି କାର୍ଯ୍ୟକ୍ରମ ୟୁଏଇ ଓ ଭାରତର ମିଳିତ ସହଯୋଗରେ କରାଯାଉଛି ।

ସାଉଦିଆରବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶକ୍ତି ମନ୍ତ୍ରୀ ଏଚ.ଇ ଖଲିଦ ଏବଂ ଅଲ୍-ଫଲ୍ଲି ଓ ସାଉଦିଆରବର ତୈଳ କମ୍ପାନୀ ଅରାମକୋର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଶ୍ରୀ ପ୍ରଧାନ ହାଇଡ୍ରୋକାର୍ବନ କ୍ଷେତ୍ରରେ ସାଉଦିଆରବର ସହଯୋଗ ପାଇଁ ଆଲୋଚନା କରିବେ । ପ୍ରକାଶ ଥାଉକି, ସାଉଦିଆରବ ପାରମ୍ପାରିକ ରୂପରେ ଭାରତକୁ କଚ୍ଚା ତୈଳ ରପ୍ତାନୀ କରିବା ଦିଗରେ ପ୍ରଥମ ।

ସେହିପରି ୟୁଏଇ ଗସ୍ତରେ ଶ୍ରୀ ପ୍ରଧାନ ୟୁଏଇର ଶକ୍ତି ଏବଂ ଶିଳ୍ପ ମନ୍ତ୍ରୀ ଏଚ.ଇ ସୁହାଲି ମହମ୍ମଦ ଫରାଜ ଅଲ୍‌ମଜ୍‌ରୌଇ ଏବଂ ରାଷ୍ଟ୍ରମନ୍ତ୍ରୀ ତଥା ଏଡିଏନଓସି ଗ୍ରୁପର ଅଧ୍ୟକ୍ଷ ସୁଲତାନ୍ ଅହମ୍ମଦ ଅଲ୍ ଜାବେରଙ୍କୁ ସାକ୍ଷାତ୍ କରି ଭାରତ-ୟୁଏଇ ଋଣନୈତିକ ବୁଝାମଣା ଏବଂ ହାଇଡ୍ରୋକାର୍ବନ ଓ ଇସ୍ପାତ କ୍ଷେତ୍ର ସମ୍ବନ୍ଧରେ ମଧ୍ୟ ଆଲୋଚନା କରିବେ ।

ଏହାବ୍ୟତିତ ୮ମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ (ଏଏମଇଆର୍) କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ପ୍ରକାଶ ଥାଉକି, ୨୦୨୧ରେ ଭାରତ ୯ମ ଏସିଆନ ମିନିଷ୍ଟେରିଆଲ୍ ଏନର୍ଜି ରାଉଣ୍ଡଟେବୁଲ ଆୟୋଜନ କରିବ । ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ବିଭିନ୍ନ ମନ୍ତ୍ରୀମାନଙ୍କ ସହ ଏଲଏନଜି ଏବଂ ଏଲପିଜି କ୍ଷେତ୍ରରେ ଆଲୋଚନା କରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top