ଦେଶ

2022 ସୁଦ୍ଧା କାଶ୍ମୀରଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଟ୍ରେନ୍‌ ଯୋଗାଯୋଗ: କେନ୍ଦ୍ରମନ୍ତ୍ରୀ ପୀଉଷ

Piyush

ଅର୍ଗସ ବ୍ୟୁରୋ: 2022 ସୁଦ୍ଧା କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିବ ଟ୍ରେନ୍‌ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀଉଷ ଗୋଏଲ । ଗୁରୁବାର ନୂଆ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୀଉଷ ଗୋଏଲ ଏଭଳି ବୟାନ୍‌ ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା, 2022 ଅଗଷ୍ଟ 15 ସୁଦ୍ଧା କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ଟ୍ରେନ୍‌ ଯୋଗାଯୋଗ ଶେଷ ହେବ ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଏକ୍ସପ୍ରେସ୍‌ ଦିଲ୍ଲୀରୁ କତରା ଯୋଗାଯୋଗ କରିବ । ଏହି ଅବସରରେ ଶାହ କହିଛନ୍ତି ଯେ, ମେଡ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ତିଆରି ହୋଇଥିବା ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ କରି ସେ ଅତ୍ୟନ୍ତ ଖୁସି । ରେଳ ବିଭାଗ ନିଜ ଦାୟିତ୍ୱକୁ ସୁଚାର ରୂପେ ତୁଲାଇବା ସହ ଏବେ ନିଜ ଲକ୍ଷ୍ୟ ପଥରେ ଖୁବ୍‌ ଜୋର୍‌ରେ ଅଗ୍ରସର ହେଉଛି । ଲୋକଙ୍କୁ ଭଲ ସେବା ଯୋଗାଇବା ଦିଗରେ ବିଭାଗ ଏବେ ତତ୍ପର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top