X
Breaking News
ନ୍ୟୁଜ୍

ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ, ରାଜ୍ୟରେ ବ୍ୟବସାୟୀକ ସ୍ଥିତି ନେଇ ଆଲୋଚନା

Pratap Sarangi

ଭୁବନେଶ୍ୱର: ଭୁବନେଶ୍ୱର ହୋଟେଲ ମେ’ ଫେୟାରରେ ୨ ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ଓ ଗୋ, ମତ୍ସ୍ୟ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ଏହି ସମ୍ମିଳନୀରେ ଦେଶର ପ୍ରାୟ ୧୫୦୦ ଚାଟାର୍ଡ ଆକାଉଣ୍ଟାଣ୍ଟ ଯୋଗ ଦେଇଥିଲେ । ICAI ସଭାପତି ପ୍ରଫୁଲ୍ଲ ପ୍ରେମସୁଖ୍‌ଙ୍କ ସମେତ ନାଲ୍‌କୋ ଫାଇନାସ୍ ନିର୍ଦେଶକ ଶ୍ରୀଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଏହି ସଭାରେ ରାଜ୍ୟ ତଥା ଦେଶରେ ବ୍ୟବସାୟୀକ ଭିତ୍ତିଭୂମି ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ମଧ୍ୟ ଏନେଇ ଅନେକ ତଥ୍ୟ ଦେଇଛନ୍ତି । ଶୁଣନ୍ତୁ ପ୍ରତାପଙ୍କ କ’ଣ କହୁଛନ୍ତି ଏହି ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top