X
Breaking News
ଦେଶ

୩୭୦ ଧାରାକୁ ନେଇ ଭାରତକୁ ସମର୍ଥନ କଲେ ଆମେରିକା,ଚୀନ୍‌, ଋଷ୍‌

USA

ନୂଆଦିଲ୍ଲୀ:  ଜମ୍ମୁ କଶ୍ମୀରରେ 370  ଧାରା ଉଚ୍ଛେଦକୁ ନେଇ ଆମେରିକା, ଚୀନ୍‌ ପରେ ଏବେ ଋଷ୍‌  ଭାରତକୁ ସମର୍ଥନ କରିଛି ।  ରୁଷ୍ ଏନେଇ କହିଛି ଯେ,  ଜମ୍ମୁ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ଭାରତର ସମ୍ବିଧାନ ପରିସରରେ ରହିଛି ।  ତେଣୁ ଭାରତର ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଅଛି ବୋଲି ରୁଷ୍ କହିଛି ।  ତେବେ ଭାରତ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ସମ୍ବିଧାନ ଅନୁସାରେ ନେଇଛି ବୋଲି ଋଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ନିଷ୍ପତ୍ତିରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ଋଷିଆ ଆଶା ବ୍ୟକ୍ତ କରିଛି।

ruse

ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ମତାନ୍ତରକୁ ଦ୍ୱିପାଖିକ କଥାବାର୍ତ୍ତା କରି ଏହାର ସମାଧାନ କରିହେବ ବୋଲି ଋଷ ବିଦେଶ ମନ୍ତ୍ରାଳୟ କହିଛି। ସେହିପରି ଚିନ ମଧ୍ୟ ପୂର୍ବରୁ ପାକିସ୍ତାକୁ ଦ୍ୱିପାଖିକି ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇସାରିଛି । ସବୁଥର ପରି ଏଥର ବି ଋଷ ଭାରତକୁ ଖୋଲାଖୋଲି ସମର୍ଥନ କରିଛି। ଅନ୍ୟ ଦେଶଭଳି ବୁଲେଇବାଙ୍କି ମତ ନ ରଖି ସିଧା ସିଧା ଭାରତକୁ ସମର୍ଥନ କରିଛି ଋଷ ।

ruse

ସେହିପରି ଚୀନ୍ ମଧ୍ୟ ପାକିସ୍ତାନ ସମାନ୍ ପରାମର୍ଶ ଦେଇଛି। ଦ୍ୱିପାଖିକ ଆଲୋଚନ କରି ସମସ୍ୟାର ସମାଧାନ କରିବ ପାଇଁ ଚୀନ ପାକିସ୍ତାନକୁ କହିଛି । ଜାମ୍ମୁ-କାଶ୍ମୀର ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଚୀନର ଦ୍ୱାରସ୍ଥ ହୋଇଥିଲା। ଆଉ ଚୀନଠାରୁ ଏପରି ଉପଦେଶ ଶୁଣିବା ପରେ ନିରାଶ ହୋଇଥିଲା ପାକିସ୍ତାନ। ସେହିପରି ସାଉଦି ଆରବ ମଧ୍ୟ ଏହା ଭାରତ ବ୍ୟକ୍ତିଗତ ମାମଲା କହି ଏଥିରେ ହସ୍ତକ୍ଷେପ କରିବ ନାହଁ ବୋଲି ସ୍ପଷ୍ଟ ମନା କରିଦେଇଥିଲା। ଏବେ 370 ନେଇ ଋଷ୍‌ର ସମର୍ଥନ ମିଳିଛି ଭାରତକୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top