ନ୍ୟୁଜ୍

ଜୁଲାଇରେ ଜିରୋ ଟଲରାନ୍ସ, ରାଜ୍ୟର ୧୦ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ଲେଖାଏଁ ହେବ ସଟ୍‌ଡାଉନ

Coronavirus

ଅର୍ଗସ ବ୍ୟୁରୋ : ଜୁଲାଇ ମାସ ପାଇଁ ଜିରୋ ଟଲରାନ୍ସ ନୀତି ଆପଣେଇଛନ୍ତି ରାଜ୍ୟ ସରକାର। କୋଭିଡ କଟକଣା ନିୟମ ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପ୍ରଭାବିତ 10 ଜିଲ୍ଲାରେ ଜାରି ରହିବ ସପ୍ତାହନ୍ତ ସଟଡାଉନ । ରାତ୍ରୀ 9ଟାରୁ ସକାଳ 5 ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

ସେହିପରି ଅଗଷ୍ଟ 31 ଯାଏଁ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏଥିସହିତ ଜୁଲାଇ ୩୧ ଯାଏଁ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା। ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ। ରେଷ୍ଟୁରାଣ୍ଟ ଖୋଲା ରହିବ, ଖାଦ୍ୟ ପାର୍ସଲ ନିଆଯାଇପାରିବ। ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ ରହିବ।

ଏହାସହ ରାଜ୍ୟର ୧୦ ଜିଲ୍ଲାରେ ପୂର୍ବପରି ଶନିବାର ଓ ରବିବାର ସଟଡାଉନ୍ ଜାରି ରହିବ । ଏହି ୧୦ ଜିଲ୍ଲା ହେଲା ଗଞ୍ଜାମ, ଗଜପତି, ଖୋର୍ଧା, କଟକ, ଜଗତସିଂପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡା ଓ କେନ୍ଦୁଝର । ସରକାରୀ କାର୍ଯ୍ୟାଳୟକୁ କୋରୋନାଠାରୁ ଦୂରରେ ରଖାଯିବ। ୱାର୍ଡ କମିଟିକୁ ୧୦ ହଜାର ଟଙ୍କା ଲେଖାଏଁ ସଚେତନତା ସୃଷ୍ଟି ପାଇଁ ଦିଆଯିବ। ରାଜ୍ୟରେ ଏଥିପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ କରାଯିବ। ଏଥିରେ ୧୦ଟି ଶଯ୍ୟା ରହିବ। ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ, ଆଇସୋଲେସନରେ ରହିବେ। କୋଭିଡ଼ କେୟାର ହୋମ ଦାୟିତ୍ୱରେ ସରପଞ୍ଚମାନେ ରହିବେ । କେନ୍ଦ୍ର ସରକାର ଅନଲକ 2 ପାଇଁ ଗାଇଡଲାଇନ ଜାରି କରିବା ପରେ ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଗାଇଡଲାଇନ ଜାରି କରିଛନ୍ତି । ତେବେ କରୋନା ମୁକାବିଲାରେ ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top