ଅପରାଧ

୪୦ ଘଣ୍ଟାର ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ଉନ୍ନାଓ ପୀଡ଼ିତା

unnao

ନୂଆଦିଲ୍ଲୀ: ଶେଷରେ ଆଖି ବୁଜିଲେ ଉନ୍ନାଓ ପୀଡିତା । ଉନ୍ନାଓ ଗଣଦୁଷ୍କର୍ମର ପୀଡିତା ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ 40 ଘଣ୍ଟାର ସଙ୍ଘର୍ଷ କରି ହାରିଗଲେ । ପୀଡିତାଙ୍କ ଶରୀରର 90 ପ୍ରତିଶତ ପୋଡି ଯାଇଥିଲା ।

ଗୁରୁବାର ସକାଳେ ପୀଡ଼ିତା ତାଙ୍କ କେସ୍‌ର ଶୁଣାଣି ପାଇଁ ରାଇବରେଲି କୋର୍ଟ ଯାଉଥିବା ବେଳେ ତାଙ୍କ ଗାଁରେ ପୂର୍ବରୁ ଲୁଚି ରହିଥିବା ୫ ଜଣ ଦୁର୍ବୃତ୍ତ ତାଙ୍କ ସହ ଦୁଷ୍କର୍ମ କରିବା ପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ପୀଡ଼ିତାଙ୍କ ଶରୀର 90 ପ୍ରତିଶତ ଜଳି ଯାଇଥିଲା । ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରଥିଲେ । ସେହି ଦୁଷ୍କେମ ଘଟଣାର କେସ୍‌ ଶୁଣାଣି ପାଇଁ କୋର୍ଟ ଯାଉଥିଲେ ପୀଡ଼ିତା ।

ଅତି ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରଥମେ ତାଙ୍କୁ ଲକ୍ଷ୍ନୌର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଉଦ୍‌ବେଗଜନକ ହେବାରୁ ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଥିଲା । ମାତ୍ର ସବୁ ଚେଷ୍ଟା ସତ୍ତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନଥିଲେ । ହସ୍ପିଟାଲର ବର୍ଣ୍ଣ ଓ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ସଲବ୍‌ କୁମାରଙ୍କ କହିବା ଅନୁଯାୟୀ, ଆମେ ତାଙ୍କୁ ବଞ୍ଚାଇ ରଖିବାକୁ ସବୁ ଚେଷ୍ଟା କରିଥିଲୁ । କିନ୍ତୁ ରାତି ୧୧ଟା ୧୦ରେ ତାଙ୍କର ହୃଦ୍‌ଘାତ ‌ହୋଇଥିଲା ଏବଂ ୧୧ଟା ୪୦ରେ ସେ ପ୍ରାଣ ହରାଇଥିଲେ ।

ସୁଚନାମୁତାବକ, ଗତ ବର୍ଷ ଡିସେମ୍ବର ମାସରେ ଉନ୍ନାଓର ଏହି ଯୁବତୀଙ୍କୁ ତାଙ୍କ ଗ୍ରାମର ଦୁଇଜଣ ଯୁବକ ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନଙ୍କୁ ପୋଲିସ୍‌ ଗିରଫ କରି ଜେଲ୍ ପଠାଇଥିଲା । ତେବେ ନିକଟରେ ସେମାନେ ଜାମିନ୍‌ରେ ଆସି ଯୁବତୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଗୁରୁବାର ସେମାନେ ଅନ୍ୟ ତିନି ଜଣଙ୍କ ସହ ମିଶି ପୀଡ଼ିତାଙ୍କୁ କିରୋସିନି ଢାଳି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରୁ ପୀଡିତା ଗୋଟିଏ କିଲୋମିଟର ଚାଲି ଚାଲି ଆସି ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ପୋଲିସ୍‌କୁ ଫୋନ୍‌ କରିଥିଲେ । ଗ୍ରାମର ହରି ଶଙ୍କର ତ୍ରିବେଦୀ, ରାମକିଶୋର ତ୍ରିବେଦୀ, ଉମେଶ ବାଜପେୟୀ, ଶିବରାମ ତ୍ରିବେଦୀ ଓ ଶୁଭମ ତ୍ରିବେଦୀ ଏହି କାଣ୍ଡ ଘଟାଇଥିବା ପୀଡ଼ିତା କହିଥିଲେ । ବୟାନ ଆଧାରରେ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top