ଦେଶ

ଉନ୍ନାଓ ଗଣଦୁଷ୍କର୍ମ ଘଟଣା, ଆଜି ହେବ ପୀଡ଼ିତାଙ୍କ କାରକୁ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଏବଂ ହେଲ୍ପରର ନାର୍କୋ ଟେଷ୍ଟ

unnao
courtesy: www.oneindia.com

ନୂଆଦିଲ୍ଲୀ: ଆବେଦନକାରୀଙ୍କ ଅପିଲ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଭାରୀ ସୁବ୍ରତ ପାଠକ ଏ ନେଇ ଅନୁମତି ଦେଇଛନ୍ତି । ଦୁଷ୍କର୍ମ ପୀଡିତାଙ୍କ କାର ସହ ରାଏବରେଲୀରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଓ ହେଲ୍ପରଙ୍କର ଗତ ବୁଧବାର ଦିନ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କର ଉନ୍ନତ ଚିକିତ୍ସା ଏବେ ଦିଲ୍ଲୀ ଏମ୍ସରେ ଚାଲିଛି ।

ଗତ ଜୁଲାଇ ୨୮ ତାରିଖରେ ଉତ୍ତର ପ୍ରଦେଶର ରାୟବରେଲୀରେ ପୀଡ଼ିତା ଜଣକ ନିଜ ଖୁଡ଼ି ଓ ଓକିଲଙ୍କ ସହ କାରରେ ଯାଉଥିବାବେଳେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା  । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ଦେଇ ଜେଲଦଣ୍ଡ ଭୋଗୁଥିବା ଟ୍ରକ ଡ୍ରାଇଭର ଏବଂ ହେଲ୍ପରର ଆଜି ନାର୍କୋ ଟେଷ୍ଟ କରାଯିବ । ଏପରିକି ସେମାନଙ୍କର ବ୍ରେନ ମ୍ୟାପିଂ ଓ ଫିଙ୍ଗର ପ୍ରିଂଟ ଟେଷ୍ଟ ମଧ୍ୟ କରାଯିବ । ଏହାପରେ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top