ଅପରାଧ

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ପୀଡିତାର ପରିବାରକୁ ଜୀବନରୁ ମାରିଦେବାକୁ ଧମକ

Unnao

ଉନ୍ନାଓ: ଉନ୍ନାଓ ଗଣଦୁଷ୍କର୍ମରେ ପୀଡିତାକୁ କିରୋସିନି ଢାଳି ଜାଳିବା ଘଟଣାରେ ମହିଳାର ପରିବାର ଲୋକଙ୍କୁ ଧମକ୍‌ ମିଳିଛି । ଖାଲି ଏତିକି ନୁହେଁ ତାଙ୍କ ସମ୍ପର୍କୀୟଙ୍କ ଦୋକାନରେ ନିଆଁ ଲଗାଇଦେବା ପାଇଁ ଧମକ ମଧ୍ୟ ମିଳିଛି । ଏଠି କହି ରଖୁଛୁ ଯେ, ପୀଡିତାର ପରିବାର କିଛି ସଦସ୍ୟ  ଉନ୍ନାଓର ଶୁକ୍ଲାଗଞ୍ଜରେ ରହୁଛନ୍ତି ।  ଆଉ ତାଙ୍କ ଘର ନିକଟରେ ଅଭିଯୁକ୍ତ ଫୁଫା ମଧ୍ୟ ରହୁଛି । ଫୁଫା ପୀଡିତାର ପରିବାରକୁ ମାରିଦେବା ପାଇଁ ଧମକ ଦେଇଛି । ଏନେଇ ପରିବାର ଲୋକେ ପୋଲିସ୍‌ରେ ସୁଚନା ଦେଇଛନ୍ତି ।

ବର୍ତ୍ତମାନ ପୀଡିତାକୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କର କହିବାନୁଯାୟୀ ପୀଡିତାର ଅବସ୍ଥା ଶଙ୍କଟାପନ୍ନ ରହିଛି ।ପୀଡିତାକୁ  ଭେଣ୍ଟିଲେଟରରେ ରଖାଯାଇଛି । 90 ପ୍ରତିଶତ ପୋଡିଯାଇଥିବା ମହିଳାର ବଞ୍ଚିବା ଉପରେ କିଛି କୁହାଯାଇପାରିବ ନାହିଁ ବୋଲି ଡାକ୍ତର କହିଛନ୍ତି ।

ସୂଚନାମୁତାବକ 5 ଜଣ ଅଭିଯୁକ୍ତ  ବିହାର ଥାନାଅଞ୍ଚଳ ନିକଟରେ ଥିବା ଏକ ଗାଁରେ ପୀଡିତାକୁ ଗଣଦୁଷ୍କର୍ମ କରି କିରୋସିନି ଢାଳି  ଜିଅନ୍ତା ଜାଳିବାକୁ ଚେଷ୍ଟା କରିଥିଲେ ।   90 ପ୍ରତିଶତ ପୋଡିଯାଇଥିବା ପୀଡିତା ସେହି ଅବସ୍ଥାରେ ଗୋଟିଏ କିଲୋମିଟର ଚାଲି ଚାଲି ଆସି ନିକଟରେ କାମ କରୁଥିବା ଏକ ବ୍ୟକ୍ତିଙ୍କୁ ସାହାର୍ଯ୍ୟ ମାଗିଥିଲେ । ଆଉ ନିଜେ ଫୋନ୍‌ ନେଇ 112 ରେ କଥା ହୋଇ ପୋଲିସ୍‌କୁ ଘଟଣା ସମ୍ପର୍କରେ କହିଥିଲେ । ପରେ ପୋଲିସ୍‌ ଓ ଆମ୍ବୁଲାନ୍ସ  ଘଟଣାସ୍ଥଳରେ ପହଞ୍ଚି ପୀଡିତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top