ଅପରାଧ

ଡବଲ ବେଡର ବକ୍ସ ଭିତରୁ ମିଳିଲା ଦୁଇ ଶିଶୁଙ୍କ ଶବ, ବେଡ୍‌ ଉପରେ ପଡିଥିଲା ମା’ଙ୍କ ନିର୍ବସ୍ତ୍ର  ମୃତଦେହ..

ଅର୍ଗସ ବ୍ୟୁରୋ: ଡବଲ ବେଡର ବକ୍ସ ଭିତରୁ ମିଳିଲା ଦୁଇ ଶିଶୁଙ୍କ ଶବ ।  ଏଥିସହ ବେଡ୍‌ ଉପରେ ପଡିଥିଲା ମା’ଙ୍କ ନିର୍ବସ୍ତ୍ର  ମୃତଦେହ ।  ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାର ଡିଡୌଲି ସ୍ଥିତ ସାନ୍ତାଳ ଗାଁରେ ଘଟିଛି ଏହି ଅଘଟଣ ।  ମା ସହ ଦୁଇ ପିଲାଙ୍କ ଶବ ମିଳିବା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ପୋଲିସ୍‌ ସୂଚନାମୁତାବକ ଦୁଇ ପିଲାଙ୍କ ଶବ ଡବଲବେଡର ବକ୍ସରୁ ମିଳିଛି ଆଉ ପିଲାଙ୍କ ମାର ଶବ ନିର୍ବସ୍ତ୍ର ଭାବେ  ବେଡ୍‌ ଉପରୁ ମିଳିଛି ।  ବିବାହିତା ମହିଳାଙ୍କ ଓଠରେ ଆଘାତ ଲାଗିବା ସହ ଗଳାରେ  ଦାଗ ରହିଥିବା ସହ ଏକ ରସି ବେକରେ ଗୁଡାଯାଇଥିବା ପୋଲିସ୍‌ ସୂଚନା ଦେଇଛି ।

ଆଇଜି, ଏସପି ଓ ଏଏସପି ଘଟଣାସ୍ଥଳର ପରିଦର୍ଶନ  କରିଛନ୍ତି ।  ପରିବାର ଲୋକ ଓ ପଡୋସିଙ୍କ କହିବାନୁଯାୟୀ ମହିଳାଙ୍କ ମାନଶିକ ଅବସ୍ଥା ଠିକ୍‌ ନଥିଲା । ଏପଟେ ମୃତ ମହିଳାଙ୍କ ଭାଇ ହତ୍ୟାର ଅଭିଯୋଗ କରିଛନ୍ତି । ପୋଲିସ୍‌ ମହିଳାଙ୍କ ସ୍ୱାମୀଙ୍କୁ  ଏ ସମ୍ପର୍କରେ ପଚରାଉଚରା ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top