ନ୍ୟୁଜ୍

ପ୍ରକାଶ ପାଇଲା ୟୁନିଅନ ପବ୍ଲିକ ସର୍ଭିସ ରେଜଲ୍ଟ, ଓଡ଼ିଶାର ଅଭିଷେକ ସରଫ ୮ମ ଓ ସଞ୍ଜିତା ମହାପାତ୍ର ୧୦ମ ସ୍ଥାନରେ

result

ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା ୟୁନିଅନ ପବ୍ଲିକ ସର୍ଭିସ ରେଜଲ୍ଟ ୨୦୧୯ । ପ୍ରଦୀପ ସିଂହ ହେଲେ IAS ଟପ୍ପର । ମୋଟ ୮୨୯ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି । ଯତୀନ କିଶୋର ଦ୍ୱିତୀୟ, ତୃତୀୟ ପ୍ରତିଭା ବର୍ମା ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଓଡ଼ିଶାର ଅଭିଷେକ ସରଫ ୮ମ ସ୍ଥାନରେ ରହିଛନ୍ତି । ସେହିପରି ଓଡ଼ିଶାର ସଞ୍ଜିତା ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି ।

୨୦୧୯ ବର୍ଷର ୟୁନିଅନ ପବ୍ଲିକ ସର୍ଭିସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ୮୨୯ ଜଣ ପରୀକ୍ଷାର୍ଥୀ କୃତକାର‌୍ୟ୍ୟ ହୋଇଛନ୍ତି । ସେଥିମଧ୍ୟରେ ସାଧାରଣ ବର୍ଗରେ ୩୦୪ ଜଣ, ଇଡବ୍ଲ୍ୟୁଏସ୍‌ରେ ୭୮ ଜଣ, ଓବିସିରେ ୨୫୧ ଜଣ, ଅନୁସୂଚିତ ଜାତି ବର୍ଗରେ ୧୨୯ ଜଣ ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ୬୭ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ଖାଲି ଥିବା ସ୍ଥାନଗୁଡ଼ିକରେ ଏମାନଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ୟୁପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଆଇଏଏସ୍ ରାଙ୍କରେ ୧୮୦ ଜଣ, ଆଇଏଫ୍‌ଏସ୍‌ରେ ୨୪ ଜଣ, ଆଇପିଏସ୍‌ରେ ୧୫୦ ଜଣ, ସେଣ୍ଟ୍ରାଲ ସର୍ଭିସ୍ ଗ୍ରୁପ୍ ଏ ରେ ୪୩୮ ଜଣ ଏବଂ ଗ୍ରୁପ୍ ବିରେ ୧୩୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top