ଟେକ୍ନୋଲୋଜି

ଆମେରିକାର ନେବଳ ଶିପୟାର୍ଡରେ ଫାଇରିଙ୍ଗ, ଅଳ୍ପକେ ବର୍ତ୍ତିଲେ ଭାରତୀୟ ବାୟୁସେନା ମୁଖ୍ୟ

attack

ଓ୍ୱାଶିଙ୍ଗଟନ: ଆମେରିକାର ନେବଳ ଶିପୟାର୍ଡରେ ହଠାତ ଗୁଳିବର୍ଷାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ । ଆମେରିକା ନୌସେନା ଓ ବାୟୁ ସେନାର ସଂଯୁକ୍ତ ବେସ ପର୍ଲ ହାର୍ବର ହିକମରେ ଗୁରୁବାର ଦିନ ହଠାତ୍‌ ଆରମ୍ଭ ହୋଇଥିଲା ଫାଇରିଙ୍ଗ ।  ଏହି ଘଟଣା ସମୟରେ  ଭାରତୀୟ ବାୟୁସେନା  ମୁଖ୍ୟ ନିଜ ଟିମ୍‌ ସହିତ ଏହି ବେସ୍‌ରେ ଉପସ୍ଥିତ ଥିଲେ । ସୁଚନାମୁତାବକ ଶିପୟାର୍ଡରେ ମୁତୟନ ଥିବା ଜଣେ ଗନମ୍ୟାନ ହଠାତ୍‌ ଏହି  ଗୁଳିକରିବା ଆରମ୍ଭ କରିଦେଇଥିଲେ ।

ଏହି ଘଟଣାରେ ପାଖାପାଖି 3 ଜଣ ଗୁରୁତର ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ଶୋଚନୀୟ ଥିବା ଜଣାପଡିଛି । ତେବେ ଫାଇରିଙ୍ଗ କରିଥିବା ଗନମ୍ୟାନ ପରେ ନିଜକୁ ଗୁଳି କରିଛନ୍ତି । ଏହି ଘଟଣା ପରେ ପୁରା ଅଞ୍ଚଳକୁ ଘେରାବନ୍ଦି କରାଯାଇଛି । ଭାରତୀୟ ବାୟୁସେନା କହିଛି ଯେ, ଏୟାର ଚିଫ୍‌ ମାର୍ଶାଲ ରାକେଶ କୁମାର ସିଂହ ଭଦୋରିଆ ସୁରକ୍ଷିତ ଅଛନ୍ତି । ଏଥିସହିତ ତାଙ୍କ ସହ ଥିବା ଟିମ୍‌ ମଧ୍ୟ ସୁରକ୍ଷିତ ଅଛି । ଭଦୋରିଆ ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ପରିବର୍ତ୍ତିତ ହେଉଥିବା ଭୂଭାଗର ସୁରକ୍ଷା ଦୃଶ୍ୟ ଉପରେ ଆଲୋଚନା କରିବା ପାଇଁ ବିଭିନ୍ନ ବାୟୁସେନା ବଳଙ୍କ ମୁଖ୍ୟଙ୍କ  ସମ୍ମିଳନୀରେ ଭାଗ ନେବା ପାଇଁ  ଆମେରିକାରେ ଉପସ୍ଥିତ ଅଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top