ଜୀବନ ମନ୍ତ୍ର

ତ୍ୱଚା ପାଇଁ କୌଣସି ବରଦାନଠୁ କମ୍‌ ନୁହେଁ କ୍ଷୀରର ସର, ଏହାର ଉପକାର ଜାଣିବା ପରେ ଆପଣ ବି ଫୋପାଡ଼ିବାର ଭୁଲ କରିବେ ନାହିଁ..

skin
courtesy: m.dailyhunt.in

ଅନେକ ଲୋକଙ୍କୁ କ୍ଷୀରର ସର ଖାଇବାକୁ ଭଲ ଲାଗେନି । ଯଦି କେହି ଲୋକ କ୍ଷୀର ପିଉଥିବା ସମୟରେ ତାଙ୍କୁ କ୍ଷୀରର ସର ଦେଖାଯାଏ ତାହେଲେ ତାକୁ ସେ ଫୋପାଡ଼ି ଦିଅନ୍ତି । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରେ ଅଛନ୍ତି ତାହେଲେ ୟାକୁ ଫୋପାଡ଼ିବାକୁ ଚେଷ୍ଟା କରନ୍ତୁ ନାହିଁ । କାହିଁକି ନା ଆପଣ ଏହାକୁ ନିଜ ଶରୀରରେ ବ୍ୟବହାର କରିହେବ । ସରରେ ଏମିତି ଅନେକ ପୋଷକ ତତ୍ୱ ରହିଛି ଯାହାକି ଆମ ମୁହଁର ସୌନ୍ଦର୍ଯ୍ୟ ବଢାଇଥାଏ । ଏହାସହ ଅନ୍ୟ ଶାରିରିକ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବା ଦ୍ୱାରା କଣ ଲାଭ ମିଳୁଛି ।

skin

courtesy: www.india.com

ଯଦି ଆପଣ ମଧ୍ୟ ଚେହେରାରେ ବିଭିନ୍ନ ପ୍ରକାରର ଆଣ୍ଟି ଏଜିଙ୍ଗ କ୍ରିମ ବ୍ୟବହାର କରି ଥକିଯାଉଛନ୍ତି ତାହେଲେ ଗୋଟେ ଥର ସର ଲଗାଇ ଦେଖନ୍ତୁ । ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ସରକୁ ଫେସପ୍ୟାକ୍ ପରି ବ୍ୟବହାର କରିବାକୁ ହେବ । ଆପଣ ଏହାକୁ ସ୍କ୍ରବ ପରି ମଧ୍ୟ ବ୍ୟବହାର କରିପାରିବେ ।

skin

courtesy: http://www.belle18.com

ସରରେ ପ୍ରୋଟିନ୍ ଏବଂ ଭିଟାମିନ ହୋଇଥାଏ । ଯାହା କି ଆମ ଶରୀର ଉପରେ ପଡୁଥିବା ରିଙ୍କଲସ୍‌କୁ ଅଟକାଇବା ସହ ତ୍ୱଚାର ଚମକ ବଢାଇଥାଏ । ଯଦି ଆପଣ ଚାହିଁବେ ସରକୁ ସିଧା ଶରୀରରେ ଲଗାଇପାରିବେ ନହେଲେ ଏଥିରେ ଲେମ୍ବୁ, ଗୁଲାବ ଜଳ, ହଳଦୀ ଏବଂ ଡାଳଚିନି ପାଉଡ଼ର ସହ ମିକ୍ସି କରି ଲଗାଇ ପାରିବେ ।

ଡେଡ ସ୍କ୍ରିନକୁ ଦୂର କରିବା ପାଇଁ ସରରେ ଲେମ୍ବୁ ମିଶାଇ ଲଗାନ୍ତୁ । ଏହାକୁ ଶୁଖାଇବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ସ୍କ୍ରିନରୁ ଡାର୍କ ସ୍ପଟ୍ ଧିରେ ଧୀରେ ଦୂର ହୋଇଯିବ ।

ସରରେ ଲାକଟିକ୍ ଏସିଡ଼ ହୋଇଥାଏ ଯାହାକି ଆମ ଶରୀରରେ ଟ୍ୟାନ ହଟାଇବା ପାଇଁ ସାହାଯ୍ୟ କରିଥାଏ । ଏହାଦ୍ୱାରା ଶରୀରର ରଙ୍ଗ ମଧ୍ୟ ବଦଳିଥାଏ । ଏହାସହ ଶରୀର ସୁସ୍ଥ ରହିଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top