ମନୋରଞ୍ଜନ

ସ୍କୁଲରୁ ଇଞ୍ଜିନିୟରିଂ ଟପର ଯାଏଁ.., ଏମିତି ଥିଲା ସୁଶାନ୍ତଙ୍କ କଲେଜ୍‌ ଲାଇଫ୍‌

ମୁମ୍ବାଇ: ବଲିଉଡର ଉଦୀୟମାନ ତାରକାଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ସୁଶାନ୍ତ ସିଂ ରାଜପୁତ । ସୁଶାନ୍ତଙ୍କ ବିୟୋଗରେ ସାରା ବଲିଉଡ ସ୍ତବ୍ଧ । ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ବରିଷ୍ଠ ରାଜନେତା ଏବଂ ଅଭିନେତା ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

ସେପଟେ ସୁଶାନ୍ତଙ୍କ ଆତ୍ମହତ୍ୟାର ରହସ୍ୟ ଖୋଜିବାକୁ ତାଙ୍କ ବାସଭବନରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଏମିତି ମଧ୍ୟ ଶୁଣିବାକୁ ମିଳୁଛି ଡିପ୍ରେସନ୍‌ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ । ଏ ସମ୍ପର୍କରେ ଜଣାପଡ଼ିବ ସତ କିନ୍ତୁ ସୁଶାନ୍ତ ସିଂ ରାଜପୁତ ଯେମିତି ଜଣେ ଦକ୍ଷ ଅଭିନେତା ଥିଲେ ସେମିତି ବିଦ୍ୟାର୍ଥୀ ଜୀବନରେ ବି ଥିଲେ ବେଶ ସକ୍ରିୟ ।

କଲେଜ ଲାଇଫରେ ସେ ଜଣେ ଆଗ ଧାଡ଼ିର ଛାତ୍ର ଭାବେ ପରିଗଣିତ ହେଉଥିଲେ । ମିଡିଲ କ୍ଲାସ ଫ୍ୟାମିଲରୁ ଆସିଥିବା ସୁଶାନ୍ତ ଅଲ୍‌ ଇଣ୍ଡିଆ ଇଞ୍ଜିନିୟରିଂ ଏଣ୍ଟ୍ରାସ ଏକ୍ଜାମିନେସନ୍‌ରେ 7 ନମ୍ବର ରାଙ୍କ ଅଧିକାର କରିଥିଲେ । ଏହାପରେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂ(ଡିସିଇ) (ଏବେ ଦିଲ୍ଲୀ ଟେକ୍‌ନୋଲୋଜିକାଲ ୟୁନିଭର୍ସିଟି)ରେ ମେକାନିକାଲ ଇଞ୍ଜିନିୟରିଂରେ ଆଡମିଶନ ନେଇଥିଲେ ।

ପରେପରେ ଅଧାରୁ ପାଠ ପଢ଼ା ଛାଡ଼ିଦେଇଥିଲେ ସୁଶାନ୍ତ । ତାପରେ ଗ୍ଲାମର ଦୁନିଆରେ ପାଦ ଥାପିଥିଲେ ସୁଶାନ୍ତ ସଂ ରାଜପୁତ । ସୁଶାନ୍ତ ଏକ ଟିଭି ଶୋରେ କହିଥିଲେ, ‘ଯେତେବଳେ ମୁଁ ଡିସିଇରେ ପଢ଼ୁଥିଲି ମୋ କଲେଜର ଭଲ ଛାତ୍ରଙ୍କ ମଧ୍ୟରେ ମୋ ନାଁ ଆସୁଥିଲା । କିନ୍ତୁ ମୋତେ ଫାଷ୍ଟ ସେମିଷ୍ଟର ପରେ ହଷ୍ଟେଲରୁ ବାହାର କରିଦିଆଯାଇଥିଲା ।’

Click to comment

Leave a Reply

Your email address will not be published. Required fields are marked *

Most Popular

To Top