ଜୀବନ ମନ୍ତ୍ର

ଭାରତ ବନ୍ଦ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ଘୁଞ୍ଚିଲା

utkal university

ଭୁବନେଶ୍ୱର: ଆସନ୍ତକାଲି ଭାରତ ବନ୍ଦ ଯୋଗୁଁ  ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଉତ୍କଳ ବିଶ୍ୱବିଦ୍ୟାଳୟରେ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରି ଦିଆଯାଇଛି । କାଲି ଯେଉଁ ପରୀକ୍ଷା ହେବାକୁ ଥିଲା ତାର ପୁନଃ ତାରିଖ ପରେ ନିର୍ଘଣ୍ଟ ହେବ ।

୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ ସହ କଂଗ୍ରେସ ନୈତିକ ସମର୍ଥନ ଦେବେ ବୋଲି ମଧ୍ୟ କହିଛି । ତେବେ ଭାରତ ବନ୍ଦ ଯୋଗୁଁ ସାରା ଦେଶରେ ରେଳ ସେବା ଓ ବ୍ୟାଙ୍କ ସେବା ସହ ବିଭିନ୍ନ ସେବା ପ୍ରଭାବିତ ହେବ । ତେଣୁ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି ।  କେବଳ ଶିକ୍ଷାନୁଷ୍ଠାନ ନୁହେଁ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ବସ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି ।

 ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯିବ ବୋଲି ଜଣାପଡିଛି । ସେହିଭଳି ଆମ ରାଜ୍ୟରେ ମଧ୍ୟ ଆସନ୍ତାକାଲି ଭାରତ ବନ୍ଦକୁ ସଫଳ କରିବା ପାଇଁ ,୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top