ଦେଶ

ଟ୍ରକ ସହ ପିଟିହେଲା କାର୍‌, ଜିଅନ୍ତା ଜଳିଗଲେ ଗୋଟିଏ ପରିବାରର ୫ଲୋକ

accident

ଉତ୍ତର ପ୍ରଦେଶ: ଉତ୍ତରପ୍ରଦେଶ ଜିଲ୍ଲାର ଏଟାରେ ଶନିବାର ଦିନ ସକାଳେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି । ବାଗାବାଲା ଥାନା ଅଞ୍ଚଳରେ ଦୃତଗତିରେ ଆସୁଥିବା କାର ଏକ ଡମ୍ଫରକୁ ଧକ୍କା ଦେଇଥିଲା । ଏହି ଧକ୍କା ଦ୍ୱାରା କାର୍‌ରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ଗୋଟିଏ ପରିବାରର 5 ଜଣ ଜିଅନ୍ତା ଜଳିଯାଇଛନ୍ତି । ସେଥିମଧ୍ୟରୁ ଜଣେ ଝିଅକୁ ଗୁରୁତର ଭାବେ  ଆଗ୍‌ରା  ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

କାର୍‌ରେ ଯାତ୍ରା କରୁଥିବା ଲୋକମାନେ ଉତ୍ତରପ୍ରଦେଶ ଜିଲ୍ଲାର ଅମରୋହାର ନୟାଗାଁ ଥାନାଅଞ୍ଚଳର ବାସିନ୍ଧା ବୋଲି ଜଣାପଡିଛି । ସୂନାମୁତାବକ ନୟାଗାଁର ବାସିନ୍ଧା ସୁନୀଲ କୁମାର ନିଜ ପରିବାର ସହ ଦିଲ୍ଲୀରୁ ନିଜ ଘର ଅମରୋହା ଯାଉଥିଲେ। ବାଗାବାଲା ଅଞ୍ଚଳର ହିମ୍ମତପୁର ଗାଁ ନିକଟରେ ଠିଆ ହୋଇଥିବା ଏକ ଡମ୍ଫର ସହ ଦୃତଗତିରେ ଆସି ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ କାର୍‌ରେ ନିଆଁ ଲାଗିଯାଇଥିଲା । ମୃତକଙ୍କ ମଧ୍ୟରେ ସୁନିଲ କୁମାର, ଜଣେ ମହିଳା, ଦୁଇ ଛୋଟ ପିଲା ଓ  ଆଉ ଜଣେ ଅନ୍ୟ ଯୁବକ ସାମିଲ ଅଛନ୍ତି । ଏଥିସହିତ ଏହି ଦୁର୍ଘଟଣାରେ ବର୍ଷା ନାମକ ଝିଟ କାର୍‌ରୁ ଛିଟିକି ପଡି  ବହାରେ ପଡିଯାଇଥିଲା ଯାହାର ଚିକିତ୍ସା ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top